33.1 C
Bhubaneswar
Sunday, June 8, 2025
Homeଦେଶ ବିଦେଶଗୋଟିଏ ପରିବାରର ୪ ସଦସ୍ୟ ସାମୂହିକ ହାରିଲେ ଜୀବନ

ଗୋଟିଏ ପରିବାରର ୪ ସଦସ୍ୟ ସାମୂହିକ ହାରିଲେ ଜୀବନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାରାଣସୀରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ସାମୂହିକ ଭାବେ ଜୀବନ ହାରିଛନ୍ତି । ଏହି ଘଟଣା ଗୁରୁବାର ସନ୍ଧ୍ୟାରେ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ୩ ଜଣ ପୁରୁଷ ଅଛନ୍ତି । ଜୀବନ ହାରିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ବାରାଣସୀସ୍ଥିତ କୈଳାଶ ଭବନର ତୃତୀୟ ମହଲାରେ ଏହି ଘଟଣା ଘଟିଛି । ଏଠାରେ ଜଣେ ମହିଳା ଏବଂ ୩ ଜଣ ପୁରୁଷ ବେକରେ ଫାଶୀ ଲଗାଇ ଝୁଲି ପଡ଼ିଛନ୍ତି । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ମୃତକମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ପ୍ରାଥମିକ ସୂଚନା ଅନୁସାରେ, ମୃତକମାନେ ଆନ୍ଧ୍ର ପ୍ରଦେଶର ବାସିନ୍ଦା । ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ କୈଳାଶ ଭବନରେ ରହୁଥିବା ଲୋକଙ୍କୁ ପଚରାଉଚରା କରୁଛି । ଘଟଣାସ୍ଥଳରେ ଫରେନ୍‌ସିକ ଟିମ୍ ମଧ୍ୟ ପହଞ୍ଚିଛି । ମୃତଦେହଗୁଡ଼ିକୁ ଜବତ କରାଯାଇଥିବା ବେଳେ ପୋଲିସ କିନ୍ତୁ ଘଟଣା ସମ୍ପର୍କରେ ଅଧିକ ସୂଚନା ଦେଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking