34.1 C
Bhubaneswar
Friday, October 18, 2024
Homeଅପରାଧଫୋନ ପେ ପଇସା ନେବାକୁ ମନା କରିବାରୁ ମଦ ଦୋକାନୀଙ୍କୁ ପିଟି ପିଟି ହତ୍ୟା

ଫୋନ ପେ ପଇସା ନେବାକୁ ମନା କରିବାରୁ ମଦ ଦୋକାନୀଙ୍କୁ ପିଟି ପିଟି ହତ୍ୟା

ବଲାଙ୍ଗୀର: ମଦ ଦୋକାନୀଙ୍କୁ ପିଟି ପିଟି ହତ୍ୟା । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି । ଫୋନ୍ ପେ ଓ ନଗଦ କ୍ୟାସ ଦେବାକୁ ନେଇ ଯୁକ୍ତିତର୍କରୁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ଚିକିତ୍ସାଧିନ ଅବସ୍ଥାରେ ଦୋକାନୀଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୩ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ସମୟରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ଥିବା ଏକ ବିଦେଶୀ ମଦ ଦୋକାନକୁ ୩ ଜଣ ବ୍ୟକ୍ତି ମଦ କିଣିବାକୁ ଯାଇଥିଲେ । ମଦ କିଣି ସାରିବା ପରେ ଫୋନ ପେ ମାଧ୍ୟମରେ ଟଙ୍କା ଦେବାକୁ ଗ୍ରାହକମାନେ କହିଥିବା ବେଳେ ଦୋକାନୀ କିନ୍ତୁ ଫୋନ ପେ ବଦଳରେ ନଗଦ ଟଙ୍କା ଦେବା ପାଇଁ କହିଥିଲେ । ଯାହାକୁ ନେଇ ଗ୍ରାହକ ଓ ଦୋକାନୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ।

ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ବଚସା ପରେ ସେମାନଙ୍କ ମଧ୍ୟରେ ହାତାହାତି ଓ ମାରପିଟ ହୋଇଥିଲା । ଏକ ଠେଙ୍ଗା ସାହାଯ୍ୟରେ ଗ୍ରାହକ ଜଣକ ଦୋକାନୀ ଯୁବକ ଜଣଙ୍କୁ ଆକ୍ରମଣ କରିବାରୁ ଯୁବକ ଜଣକ ଗୁରୁତର ହୋଇଯାଇଥିଲେ । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ପ୍ରଥମେ ପାଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଓ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜକୁ ମଧ୍ୟ ନିଆଯାଇଥିଲା । ସେଠାରେ ମଧ୍ୟ ଅବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ବିହାରର ଗୋପାଳ ପ୍ରସାଦ ବୋଲି ଜଣାପଡ଼ିଛି ।ଅନ୍ୟପଟେ ଖପ୍ରାଖୋଲ ପୋଲିସ୍ ସମ୍ପୃକ୍ତ ତିନି ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୩ ଯୁବକ ହେଲେ ବେଲପଡା ଥାନା ଖର୍ଖରା ଗ୍ରାମର ଲଛମନ୍ ଦାସ୍‌, ବୁଢ଼ାଭଟା ଗ୍ରାମର ଯୁଗୀନ୍ଦ୍ର ବରିହା ଓ ବିଶ୍ୱନାଥ ନିଆଲ୍ । ହତ୍ୟା ମାମଲାରେ ସେମାନଙ୍କୁ ଗିରଫ କରାଯିବା ପରେ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।ଏନେଇ ଅଧିକ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking