31.1 C
Bhubaneswar
Friday, October 18, 2024
Homeଓଡିଶାପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତଦେହ ଉଦ୍ଧାର

ପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ସହି ହେଲାନି ପ୍ରେମର ଜ୍ୱାଳା । ପ୍ରେମିକା ଦୁଆରେ ପହଞ୍ଚି ହୋହଲ୍ଲା କଲା ପ୍ରେମିକ । କିଛି ସମୟ ମଧ୍ୟରେ ପ୍ରେମିକା ବେଡରୁମରୁ ମିଳିଲା ପ୍ରେମିକଙ୍କ ଝୁଲନ୍ତା ମୃତଦେହ । ଏମିତି ଏକ ଚର୍ଚ୍ଚିତ ଖବର ସାମ୍ନାକୁ ଆସିଛି ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ ଅଞ୍ଚଳରୁ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କ ଘରୁ ତାଙ୍କର ପ୍ରେମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ନିମାପଡା ନମ୍ବିଲୋ ଅଞ୍ଚଳର ପୁପୁନ ସ୍ୱାଇଁ । କମିଶନରେଟ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ଯୁବତୀଙ୍କ ବେଡରୁମରୁ ମୃତଦେହ ମିଳିବା ସନ୍ଦେହ ବଢାଇଛି । ସୂଚନା ମୁତାବକ, ମୃତକ ପୁପୁନ ପାଇପ ମିସ୍ତ୍ରୀ ଭାବେ କାମ କରନ୍ତି । ଶିଶୁପାଳଗଡ଼ର ଏକ ସହଜ ସେବା କେନ୍ଦ୍ରରେ କାମ କରୁଥିବା ଜଣେ ଯୁବୀତଙ୍କ ସହ ସେ ସମ୍ପର୍କରେ ଆସିଥିଲେ । ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ପ୍ରେମ ଅତି ନିବିଡ଼ ହୋଇଥିଲା । ଉଭୟଙ୍କ ଘରଲୋକେ ମଧ୍ୟ ସେମାନଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ । ପରେ ବିବାହ ଯାଏଁ କଥା ଯାଇଥିଲା ।

କିନ୍ତୁ ଗତ କିଛି ଦିନ ହେବ ଯୁବକ ବିଚଳିତ ରହୁଥିଲେ । ଅନେକ ସମୟରେ ମଦ ପିଇ ଫୋନ କରୁଥିଲେ ପ୍ରେମିକାଙ୍କୁ । ସୋମବାର ସନ୍ଧ୍ୟାରେ ସେ ମଦ ପିଇ ଆସି ପ୍ରେମିକା ଘରେ ହଙ୍ଗାମା କରିଥିଲେ । ଏହାଦେଖି ଝିଅର ବାପାମାଆ ତାଜୁବ ହୋଇଥିଲେ । ପ୍ରେମିକା ମଧ୍ୟ ଏପରି ବ୍ୟବହାର ନେଇ ତାଗିଦ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ସହ ଅସ୍ୱାଭାବିକ ପରିସ୍ଥିତି ଉପୁଜିଥିଲା । ଏହି ସମୟରେ ହଠାତ୍ ଯୁବକ ଜଣଙ୍କ ପ୍ରେମିକାର ବେଡରୁମରେ ପଶି ଘରର କବାଟ କିଳି ଦେଇଥିଲେ । ପ୍ରେମିକା ଓ ତାଙ୍କର ପରିବାର ଲୋକେ ହଠାତ୍ କିଛି ବୁଝିପାରି ନଥିଲେ । ସେମାନେ ଯୁବକଙ୍କୁ ଡାକିଥିଲେ ହେଁ ସେ କିଛି ଉତ୍ତର ନଦେବାରୁ ବାଧ୍ୟ ହୋଇ କବାଟ ଭାଙ୍ଗି ଭିତରକୁ ପଶିଥିଲେ । ହେଲେ ରୁମ ଖୋଲିଲା ବେଳକୁ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ତାଙ୍କର ମୃତ୍ୟୁ ନେଇ ପରିବାର ଲୋକଙ୍କୁ ଜଣାଇବା ପରେ ଆଜି ମୃତଦେହର ପୋଷ୍ଟମର୍ଟମ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking