17.1 C
Bhubaneswar
Friday, January 3, 2025
Homeଓଡିଶାଆଜି ଓ ଆସନ୍ତାକାଲି  ଓଡ଼ିଶାରେ ପ୍ରବଳ ବର୍ଷା! ଚିନ୍ତାରେ ଚାଷୀ

ଆଜି ଓ ଆସନ୍ତାକାଲି  ଓଡ଼ିଶାରେ ପ୍ରବଳ ବର୍ଷା! ଚିନ୍ତାରେ ଚାଷୀ

ଭୁବନେଶ୍ୱର: ବାତ୍ୟା ‘ମିଗ୍‌ଜୋମ’ର ପ୍ରଭାବ ଓଡ଼ିଶାରେ ପଡ଼ିବ । ବାତ୍ୟା ପ୍ରଭାବରେ ଆଜି ଓ ଆସନ୍ତାକାଲି  ଓଡ଼ିଶାରେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ବୋହିବ । ମଝିରେ ମଝିରେ ଝଟକା ପବନ ଘଣ୍ଟା ପ୍ରତି ୧୧୦ କିମି ବେଗରେ ବୋହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବର୍ଷାକୁ ଦେଖି ଚିନ୍ତାରେ ପଡ଼ି ଯାଇଛି ଚାଷୀ । ତରତର ହୋଇ ବିଲରେ କଟାଯାଇଥିବା ଧାନକୁ ଖଳାକୁ ନେଇ ଆସୁଥିବା ଦେଖିବାକୁ ମିଳୁଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ଆସନ୍ତାକାଲି ମଙ୍ଗଳବାର ଦକ୍ଷିଣ ଉପକୂଳ ଓଡ଼ିଶା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାଛଡ଼ା ପୁରୀ, କଳାହାଣ୍ଡି, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାକି ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ । ବୁଧବାର ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷାକୁ ଦେଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଚାଷୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । କଚ୍ଚା ଘରେ ନରହିବା ପାଇଁ ପରାମର୍ଶ ଦିଆଯାଇଛି । ଅମଳ ହୋଇଥିବା ଧାନ, ପନିପରିବା, ମିଲେଟ୍ସ, କପା ଓ ଅନ୍ୟାନ୍ୟ ଫସଲକୁ ଘରକୁ ନେଇ ଯିବାକୁ କୁହାଯାଇଛି । ପରିପରିବା ଜମିରୁ ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ସେପଟେ ଦେଖିବାକୁ ଗଲେ ରାଜ୍ୟରେ ବର୍ତ୍ତମାନ ଧାନ ଅମଳ ବେଳ ଚାଲିଛି । ଚାଷୀ ଧାନ କାଟି ବିଲ ଓ ଖଳାରେ ପକାଇଛି । ବାତ୍ୟାକୁ ଦେଖି ତରତର ହୋଇ ଚାଷ ଜମିରୁ କଟା ହୋଇଥିବା ଧାନକୁ ଘରକୁ ନେଇ ଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking