34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଜଳଖିଆ ହୋଇନଥିବାରୁ ସୁଇସାଇଡ କଲା ନାବାଳକ ପୁଅ

ଜଳଖିଆ ହୋଇନଥିବାରୁ ସୁଇସାଇଡ କଲା ନାବାଳକ ପୁଅ

ମୁମ୍ବାଇ: ଘରେ ଜଳଖିଆ ଖାଇବାକୁ ଦେଲେନି ବୋଲି ଘରୁ ରାଗିକି ପଳାଇଲା ପୁଅ । ଆଉ ନିକଟସ୍ଥ ଷ୍ଟେସନ ନିକଟରେ ଥିବା ଏକ ଗଛରେ ଝୁଲିପଡିଛନ୍ତି । ମହାରାଷ୍ଟ୍ର ନାଗପୁରରେ ଘଟିଛି ଏଭଳି ଘଟଣା । ସୂଚନା ଅନୁଯାୟୀ, ମହାରାଷ୍ଟ୍ର ନାଗପୁରର କହ୍ନାନ ପିପରୀରେ ରହୁଥିବା ଜଣେ ୧୭ ବର୍ଷୀୟ ନାବାଳକ ମା’କୁ ଖାଇବା ପାଇଁ ଜଳଖିଆ ମାଗିଥିଲା ।

ଖାଇବା ତିଆରି ହୋଇନଥିବାରୁ ମା’ ଖାଇବାକୁ ଦେଇନଥିଲା । ଫଳରେ ମା’ ନାବାଳକ ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ପୁଅ ଘରୁ ବାହାରି ଯାଇଥିଲା । କିଛି ସମୟ ପରେ ପୁଅ ଘରକୁ ନ ଫେରିବାରୁ ମା’ ପୁଅ କେଉଁଆଡେ ଗଲା ବୋଲି ଖୋଜିଥିଲା । କିନ୍ତୁ ପୁଅ ଫୋନ ଉଠାଇନଥିଲା । ଏହାପରେ ବାପା ମା ପୁଅକୁ ଅନେକ ଖୋଜାଖୋଜି କରିବା ପରେ ପୋଲିସରେ ମାମଲା ଦାଏର କରିଥିଲେ । ଆଉ ପୋଲିସ ଏହାର ତଦନ୍ତ ଆରମ୍ଭ କରି ପୁଅକୁ ଖୋଜିବା ପରେ ପୁଅର ମୃତଦେହ ଷ୍ଟେସନ ନିକଟରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ପାଇଥିଲା । ପାଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଉ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking