ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ଶବ ସଂରକ୍ଷଣ ଗୃହ ସମ୍ମୁଖରେ ଗୋଟିଏ ଶବ ରଖା ହୋଇଥାଏ। ଶବକୁ ଘେରି କିଛି ପୋଲିସ ଓ ମୃତକଙ୍କ ସମ୍ପର୍କୀୟ ଲୋକ ରହିଥାନ୍ତି । ମୃତକଙ୍କୁ ଘେରି ରହିଥିବା ପୋଲିସ କଣ ସବୁ ତନ୍ନ ତନ୍ନ କରି ଦେଖୁଥାଆନ୍ତି । ପାଖରେ ଜଣେ ମହିଳା ଜଜ୍ ମଧ୍ୟ ରହି ତଦାରଖ କରୁଥାନ୍ତି । ଶବର ଛାନ୍ ଭିନ୍ ସାରିଲା ପରେ ଶବ ଟିକୁ ଭିତରକୁ ନେଇ ଚାଲିଗଲେ ପୋଲିସ । ହେଲେ ଜଣେ ବୟସ୍କ ମହିଳା ସେ ସ୍ଥାନ ଛାଡି ଯାଉ ନଥାନ୍ତି ବସି କାନ୍ଦୁ ଥାଆନ୍ତି । ତେବେ ଏହାରି ଭିତରେ ପୁଣି ଆସିଲା ଜଣେ ବିଚାରଧୀନ ମହିଳା ଅପରାଧୀଙ୍କ ହାଜତ ମୃତ୍ୟୁର ତଥ୍ୟ। ଚାହୁଁ ଚାହୁଁ ବିଜୁଳି ଭଳି ଖେଳିଗଲା ଖବରଟି । ଯିଏ ଶୁଣିଲେ ସିଏ କହିଲେ ଆହା ସଂସାରଟା ବୁଡି ଗଲା।
ଏତେ ବର୍ଷ ହେଲା ଜେଲ ଭିତରେ ସଜା କାଟିବା ପଛରେ କଣ ରହସ୍ୟ ରହିଛି ଏସବୁ କଥା ଜାଣିବା ପାଇଁ ଆପଣମାନେ ଉତ୍କଣ୍ଠା ହେଉଥିବେ । ସୁକାନ୍ତିଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଦାରୁଠେଙ୍ଗ ପଂଚାୟତ ଜୁଝଗଡ଼ ଗାଁରେ । ସୁକାନ୍ତିଙ୍କ ପୁଅ ଦୀପକ ଭୋଇ ଦୀର୍ଘ ପାଞ୍ଚ ବର୍ଷ ତଳେ ନିଆଳି ଅଂଚଳରୁ ଜଣେ ଯୁବତୀଙ୍କୁ ଭଲ ପାଇ ବାହାହୋଇ ଥିଲେ । ବାହା ହେବାର କିଛି ମାସ ପରେ ସୁକାନ୍ତି, ତାଙ୍କପୁଅ, ଝିଅ,ସ୍ୱାମୀ ମିଶି ନବ ବିବାହିତ ବୋହୁକୁ ପିଟି ପିଟି ମାରିଦେଲେ। ତାପରେ ମୃତ ବହୁ କୁ ନେଇ ଦାରୁଠେଙ୍ଗ ସ୍କୁଲ ନିକଟରେ ତରବରିଆ ଭାବରେ ପୋଡି ଦେବାକୁ ଚେଷ୍ଟା କରୁଥିଲେ ବୋଲି ମୃତ ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଏସବୁ ଅଭିଯୋଗକୁ ଆଧାର କରି ଚନ୍ଦକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅର୍ଦ୍ଧ ଦଗ୍ଧ ମୃତ ଶରୀରକୁ ଜବତ କରିଥିଲା ।
ମୃତ (ବୋହୂ )ଯୁବତୀଙ୍କ ପରିବାର ଲୋକ ଅଭିଯୋଗ ଆଧାରରେ ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପରିବାର ସମସ୍ତଙ୍କୁ ଜେଲ ପଠାଇଥିଲା।ମଝିରେ ସୁକାନ୍ତି ସର୍ତ୍ତ ମୂଳକ ଜାମିନ ରେ ମୁକୁଳି ଥିଲେ ସତ କିନ୍ତୁ ଯାମିନୀ ଅବଧି ଶେଷ ପରେ ତାଙ୍କୁ ପୁଣି ଜେଲ ଯିବାକୁ ପଡିଲା। ଏହିକଥା କୁ ଆଖିଆଗରେ ରଖି ସୁକାନ୍ତି ଅସୁସ୍ଥ ହେଲେ । ତାପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଜେଲରେ ମୃତ ସୁକାନ୍ତିଙ୍କ ଶବକୁ ଜଜଙ୍କ ଉପସ୍ଥିତି ରେ ଛାନଭିନ୍ କରାଜାଇ ବ୍ୟବଚ୍ଛେଦ ହେଲା । କିନ୍ତୁ ଶବ ବ୍ୟବଚ୍ଛେଦ ପାଇଁ ଜେଲ ରେ ଥିବା ସ୍ୱାମୀ ରାମ ଭୋଇ ଓ ପୁଅ ଦୀପକଙ୍କୁ ଆଇନ ଅନୁଯାୟୀ ସମୁୟିକ ଜାମିନ ମିଳିଥିଲା।ତେବେ ଆଜି ସ୍ୱାମୀ ଓ ପୁଅଙ୍କୁ ସୁକାନ୍ତିଙ୍କ ଶବ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରିଥିଲା ଝାରପଡା ଜେଲ ପୋଲିସ ଓ ଲକ୍ଷ୍ମୀ ସାଗର ପୋଲିସ।