22.1 C
Bhubaneswar
Monday, December 30, 2024
Homeଖେଳମୁମ୍ବାଇ ଇଣ୍ଡିଆନ୍ସ ଫେରିବେ ହାର୍ଦ୍ଦିକ!

ମୁମ୍ବାଇ ଇଣ୍ଡିଆନ୍ସ ଫେରିବେ ହାର୍ଦ୍ଦିକ!

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ ସିଜିନରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବର୍ତ୍ତମାନର ଦଳ ଗୁଜରାଟ ଟାଇଟନ୍ସ (ଜିଟି) ସହିତ ସମ୍ପର୍କ ଛିନ୍ନ କରି ପୂର୍ବ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରତ୍ୟାବର୍ତ୍ତନ କରିବେ । ମୁମ୍ବାଇ ଫ୍ରାଞ୍ଚାଇଜ୍ ୩୦ ବର୍ଷୀୟ ଏହି ଖେଳାଳିଙ୍କ ଦରମା ବାବଦରେ ୧୫ କୋଟି ଟଙ୍କା ପ୍ରଦାନ କରିବା ସହ ଟାଇଟନ୍ସକୁ ଅଘୋଷିତ ସ୍ଥାନାନ୍ତର ଶୁଳ୍କ ବାବଦରେ ଏହି କାରବାର ହେଉଛି । ରିପୋର୍ଟ ଅନୁସାରେ ହାର୍ଦ୍ଦିକ ଟ୍ରାନ୍ସଫର ଫି’ର ୫୦% ପର୍ଯ୍ୟନ୍ତ ରୋଜଗାର କରିବେ । ଯଦି ଏହି ପଦକ୍ଷେପ ସଫଳ ହୁଏ ତେବେ ଆଇପିଏଲ୍ ଇତିହାସରେ ଏହା ସବୁଠାରୁ ବଡ଼ ଖେଳାଳି କାରବାର ଭାବେ ବିବେଚିତ ହେବ । ବର୍ତ୍ତମାନ ସୁଦ୍ଧା କୌଣସି ଫ୍ରାଞ୍ଚାଇଜ୍ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି ।

ଏହି ଅଲରାଉଣ୍ଡରଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସ୍ ୨୦୨୨ ଆଇପିଏଲ୍ ଚାମ୍ପିୀଅନ୍ ହୋଇଥିବା ବେଳେ ଚଳିତ ବର୍ଷ ରନର୍ସଅପ୍ ମଧ୍ୟ ହୋଇଛି । ୨୦୨୨ରେ ଗୁଜୁରାଟ ଟାଇଟଲ୍ ଜିତିବା ସହ ରାଜସ୍ଥାନ ରୟାଲ୍ସ ବିପକ୍ଷ ଏହି ମ୍ୟାଚରେ ପାଣ୍ଡ୍ୟା ପ୍ଲେୟର ଅଫ୍ ଦି ମ୍ୟାଚ୍ ମଧ୍ୟ ହୋଇଥିଲେ । ଆଇପିଏଲର ପୂର୍ବ ସଂସ୍କରଣରେ ଜିଟି ପ୍ରଥମ ଦୁଇ ସିଜିନରେ ଦ୍ୱିତୀୟ ଥର ପାଇଁ ଆଇପିଏଲ୍ ଫାଇନାଲରେ ସ୍ଥାନ ପକ୍କା କରିଥିଲା । କିନ୍ତୁ ୨୦୨୩ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ପରାଜୟ ବରଣ କରି ଉପବିଜେତା ହୋଇଥିଲା । ରବିଚନ୍ଦ୍ରନ୍ ଅଶ୍ୱିନ୍ କିଙ୍ଗ୍ସ ଇଲେଭେନ୍ ପଞ୍ଜାବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଦଳିଯିବା ପରେ ଏହି ୩୦ ବର୍ଷୀୟ ଖେଳାଳି ତୃତୀୟ ଅଧିନାୟକ ଭାବେ ଏବେ ସ୍ଥାନାନ୍ତର ହେବେ ।

ଦ୍ୱିତୀୟ ଥର ପାଇଁ ରାଜସ୍ଥାନ ରୟାଲ୍ସ ୨୦୨୦ରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ସ୍ଥାନାନ୍ତର କରିଥିଲା । ରାହାଣେଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସକୁ କିଣିଥିଲା । ହାର୍ଦ୍ଦିକ ୨୦୧୫ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଡେବ୍ୟୁ କରିଥିଲେ । ସେ ବର୍ତ୍ତମାନ ସୁଦ୍ଧା ୧୨୩ଟି ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ୫୩ଟି ୱିକେଟ ନେଇଛନ୍ତି । ସେ ୧୩୯.୮୯ ଷ୍ଟ୍ରାଇକ ରେଟରେ ୨୩୦୯ ରନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking