28.1 C
Bhubaneswar
Thursday, June 12, 2025
Homeଓଡିଶାଚିକିତ୍ସାଧୀନ ଦନ୍ତାହାତୀର ମୃତ୍ୟୁ

ଚିକିତ୍ସାଧୀନ ଦନ୍ତାହାତୀର ମୃତ୍ୟୁ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଦ୍ଧା ସେକ୍ସନ ଗନ୍ଧରବାରୁ ଗାଁ ନିକଟସ୍ଥ ଜଙ୍ଗଲରେ ଚିକିତ୍ସାଧୀନ ଦନ୍ତାହାତୀର ମୃତ୍ୟୁ ଘଟିଛି। ଦୁଇଦିନ ତଳେ ଦନ୍ତାହାତୀଟିକୁ ଗୁରୁତର ଭାବେ ଉଦ୍ଧାର କରାଯାଇ ବନ ବିଭାଗ ଓ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଚିକିତ୍ସା କରାଯାଉଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ବିଳମ୍ବିତ ରାତିରେ ହାତୀଟିର ମୃତ୍ୟୁ ଘଟିଛି। ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ଉତ୍ତର ବନଖଣ୍ଡ ଡିଏଫ୍ଓ ଅନୁରାଗ ମିଶ୍ର, ରେଞ୍ଜର ପ୍ରଶାନ୍ତ ପାଲ, ଫରେଷ୍ଟର ରମେଶ ଚନ୍ଦ୍ର ବାଗ, ବନରକ୍ଷୀ ସୁଶୀଲ ମହାରଣା, ଭବାନୀ ଶଙ୍କର ନାଏକ, ପୁଣ୍ୟ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାଣୀ ବିଭାଗ ଦ୍ବାରା ବ୍ୟବଚ୍ଛେଦ ପରେ ହାତୀର ଶବକୁ ପୋତି ଦିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଦନ୍ତାହାତୀର ମୃତ୍ୟୁକୁ ନେଇ ପରିବେଶବିତ୍ ମହଲରେ ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking