20.1 C
Bhubaneswar
Saturday, December 21, 2024
Homeଖେଳବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ଭଲ ଖେଳିଛି: କପିଳ ଦେବ

ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ଭଲ ଖେଳିଛି: କପିଳ ଦେବ

ନୂଆଦିଲ୍ଲୀ : ବିଶ୍ୱକପ୍ ଫାଇନାଲରେ ଭାରତୀୟ କ୍ରିକେଟ୍ ଟିମର ପରାଜୟ ଏବେ ବି ପ୍ରଶଂସକଙ୍କୁ ମର୍ମାହତ କରୁଛି । କାରଣ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ ସେମିଫାଇନାଲ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଶ୍ରେଷ୍ଠ ରହିଥିଲା । ଏଥିରେ ବିରାଟ କୋହଲିଙ୍କ ଭଳି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଥିଲେ, ମହମ୍ମଦ ସାମିଙ୍କ ଭଳି ଶ୍ରେଷ୍ଠ ବୋଲର ମଧ୍ୟ ଥିଲେ । ତଥାପି ଯେତେବେଳେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା, ଅଷ୍ଟ୍ରେଲିଆ ନଭେମ୍ବର ୧୯ରେ କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଭାରତକୁ ପରାସ୍ତ କରି ଶହେ କୋଟି ହୃଦୟ ଭାଙ୍ଗି ଦେଇଥିଲା । ଭାରତର ପ୍ରଥମ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ବିଜେତା ଅଧିନାୟକ କପିଳ ଦେବ ଭାରତୀୟ କ୍ରିକେଟ୍ ଦଳକୁ ଏକ ବାର୍ତ୍ତା ଦେଇଛନ୍ତି । ସେ ସ୍ପୋର୍ଟ୍ସଷ୍ଟାରକୁ କହିଛନ୍ତି, ଦୁଃଖର କଥା ଆମେ ବିଶ୍ୱକପ୍ ଜିତି ପାରିଲେ ନାହିଁ, କିନ୍ତୁ ଭଲ ଖେଳିଲେ । ମୁଁ ଜାଣିଛି ଆମ ମନରେ, ଜିତିବା ହିଁ ସବୁକିଛି । କିନ୍ତୁ ଖେଳିବାର ଶୈଳୀ ଅଧିକ ଗୁରୁତ୍ୱପୂର୍ଣ୍ଣ । ଭାରତକୁ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ଖେଳିବାକୁ ଆସିଥିଲେ । ଶେଷ ଦିନରେ ଅଷ୍ଟ୍ରେଲିଆ ଭଲ ଖେଳିଥିଲା । ଆମେ ଏହାକୁ ସମ୍ମାନ ଦେବା ଉଚିତ ବୋଲି କପିଲ ଦେବ କହିଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏତେ ଭଲ ଖେଳିଥିଲେ ମଧ୍ୟ ମୁଁ ନିରାଶ ଏଇଥିପାଇଁ କି, ଆମେ ଟ୍ରଫି ଜିତି ପାରିନଥିଲେ । ଫାଇନାଲ ମ୍ୟାଚ୍‌ରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୪୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଅଧିନାୟକ ରୋହିତ ଶର୍ମା (୪୭ ରନ୍‌, ୩୧ ବଲ୍‌, ୪ ଚୌକା, ୩ ଛକା), ବିରାଟ କୋହଲି (୫୪ ରନ୍‌, ୬୩ ବଲ୍‌, ୪ ଚୌକା) ଏବଂ ଲୋକେଶ ରାହୁଲ (୬୬ ରନ୍‌, ୧୦୭ ବଲ୍‌, ୧ ଚୌକା) କରିଥିଲେ । ୨୪୧ ରନର ପିଛା କରୁଥିବା ବେଳେ ଅଷ୍ଟ୍ରେଲିଆ ୪୭/୩ରେ ପଛୁଆ ରହିଥିଲା । ପରେ ଟ୍ରାଭିସ୍ ହେଡ୍ (୧୩୭ ରନ୍‌) ଏବଂ ମାର୍ନସ୍ ଲାବୁଶାନେ (୫୮ ରନ୍‌)ଙ୍କ ଯୋଗୁଁ ଅଷ୍ଟ୍ରେଲିଆ ୬ ୱିକେଟରେ ବିଜୟୀ ହୋଇଥିଲା । ମ୍ୟାଚ୍ ପରେ ରୋହିତ ଖେଳ ଉପରେ ପ୍ରତିଫଳନ ଦେଉଥିବା ବେଳେ ପଛଘୁଞ୍ଚା ଦେଇନଥିଲେ ଏବଂ ସ୍ୱୀକାର କରିଥିଲେ ଯେ ସେମାନେ ନିଜର ଶ୍ରେଷ୍ଠ କ୍ରିକେଟ୍ ଖେଳି ନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking