ପୁରୀ : ଆଜି ପବିତ୍ର ଅଁଳାନବମୀ । ରାଧାପାଦ ଦର୍ଶନ ଲାଗି ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ନୀତିକାନ୍ତି ସରିବା ପରେ ଭୋର୍ ୫ଟାରୁ ଭକ୍ତମାନେ ଧାଡି ବାନ୍ଧି ରାଧା ପାଦ ଦର୍ଶନ କରୁଛନ୍ତି । ବିଶ୍ବାସ ରହିଛି ଏହି ଦିନ ରାଧା ପାଦ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ଫଳ ମିଳିଥାଏ ।ରାତି ୩ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ, ଅବକାଶ ନୀତି କରାଯିବା ପରେ ସାକ୍ଷୀ ଗୋପୀନାଥ ଓ ରାଧାରାଣୀଙ୍କୁ ରାଧା ଦାମୋଦର ବେଶରେ ସୁସଜ୍ଜିତ କରାଯାଇଛି। ବର୍ଷକ ମଧ୍ୟରେ ଥରେ ମାତ୍ର ଭକ୍ତ ମାନେ ଏହି ଦର୍ଶନର ସୌଭାଗ୍ୟ ପାଇଥାନ୍ତି । ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସାକ୍ଷୀଗୋପାଳ ମନ୍ଦିରରେ ୨୦ ପ୍ଲାଟୁନ ଫୋର୍ସ , ଦୁଇ ଜଣ ଏସପି , ୯ ଜଣ ଡିଏସପି ମୂତୟନ ହୋଇଛନ୍ତି ।