ମୁମ୍ବାଇ: ବଲିଉଡ୍ରେ ଏଯାବତ୍ ବିବାହ କରି ନଥିବା କଳାକାରଙ୍କ ନାମ ଉଠିଲେ ସର୍ବ ପ୍ରଥମେ ଦବଙ୍ଗ ଖାନ୍ ସଲମାନ୍ଙ୍କ ନାମ ଆସିଥାଏ। ଅଭୟ ଦେୱଲ, ଅକ୍ଷୟ ଖାନ୍ନା, ଅମିଷା ପଟେଲ, ସୁସ୍ମିତା ସେନ୍ ଆଦିଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି। ଏହି କଳାକାରମାନଙ୍କ ବୟସ ୪୦ ବର୍ଷରୁ ଊର୍ଦ୍ଧ୍ବ ହୋଇ ସାରିଥିଲେ ବି ସେମାନଙ୍କୁ ଏଯାଏଁ ମନଲାଖୀ ଜୀବନସାଥୀ ମିଳିନାହାନ୍ତି। ଏବେ ଏହି କଳାକାରମାନେ ସିଙ୍ଗିଲ୍ ଜୀବନ ଅତିବାହିତ କରୁଛନ୍ତି। ଏହି ତାଲିକାରେ ନବେ ଦଶକର ଅଭିନେତ୍ରୀ ତବୁ ମଧ୍ୟ ସାମିଲ ଅଛନ୍ତି। ତବୁ ଅନେକବାର ପ୍ରେମରେ ପଡ଼ିଥିଲେ ବି ସେ ଏଯାଏଁ କୁଆଁରୀ ଅଛନ୍ତ। କହିବାକୁ ଗଲେ ଏବେବି ତବୁ ମିଷ୍ଟର୍ ରାଇଟ୍ ସନ୍ଧାନରେ ଅଛନ୍ତି ।
ତବୁ ଅଭିନେତାଙ୍କଠାରୁ ଆରମ୍ଭ କରି ନିର୍ଦ୍ଦେଶକଙ୍କ ପ୍ରେମରେ ପଡ଼ିଥିଲେ ସୁଦ୍ଧା, ଡେଟିଂରୁ ଏହା କେବେ ବିବାହର ରୂପ ନେଇନାହିଁ। ଖାସ୍ ସେଥିପାଇଁ ସେ ୫୩ ବର୍ଷ ବୟସରେ ବି କୁଆଁରୀ ଅଛନ୍ତି। କ୍ୟାରିୟର୍ରେ ଅନେକ ହିଟ୍ ଫିଲ୍ମ ଦେଇଥିବା ତବୁ କିନ୍ତୁ ପ୍ରେମରେ ଫେଲ୍ ମାରିଛନ୍ତି। ଖାସ୍ ସେଥିପାଇଁ ସେ ଏବେବି ସିଙ୍ଗିଲ୍ ଅଛନ୍ତି। ତବୁଙ୍କ ନାମ ସର୍ବପ୍ରଥମେ ଦକ୍ଷିଣର ଲୋକପ୍ରିୟ ଅଭିନେତା ନାଗାର୍ଜୁନ୍ଙ୍କ ସହିତ ଯୋଡ଼ା ଯାଇଥିଲା। ଉଭୟ ୧୦ ବର୍ଷ ଧରି ଡେଟିଂ କରିଥିଲେ ସୁଦ୍ଧା ଏହା ଶେଷ ପର୍ଯ୍ୟନ୍ତ ବିବାହର ରୂପ ନେଇ ପାରି ନଥିଲା। ତବୁ ଯେତେବେଳେ ନାଗାର୍ଜୁନ୍ଙ୍କ ପ୍ରେମରେ ପଡ଼ିଥିଲେ ସେତେେବଳେ ସେ ବିବାହିତ ଥିଲେ। ତେବେ ନାଗାର୍ଜୁନ୍ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡ଼ିବା ପାଇଁ ରାଜି ନ ହେବାରୁ ତବୁ ତାଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ। ଅନୀଲ କପୁରଙ୍କ ଭାଇ ସଞ୍ଜୟ କପୁରଙ୍କ ସହ ମଧ୍ୟ ତବୁଙ୍କ ନାମ ଯୋଡ଼ାଯାଏ। କିନ୍ତୁ ଏହି ସମ୍ପର୍କ ମଧ୍ୟ ବେଶୀ ଦିନ ତିଷ୍ଠି ନଥିଲା। ଏହାପରେ ତବୁ ନିର୍ଦ୍ଦେଶକ ସାଜିଦ୍ ନାଡିୟାଡୱାଲାଙ୍କ ପ୍ରେମରେ ପଡ଼ିଥିଲେ। ଉଭୟ କିଛିଦିନ ପରସ୍ପରକୁ ଡେଟ୍ କରିବା ପରେ ଅଲଗା ହୋଇଯାଇଥିଲେ। ଖାସ୍ ସେଥିପାଇଁ ତବୁ ଏଯାଏଁ ଅଭିଆଡ଼ି ଅଛନ୍ତି।