26.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶବିଶ୍ୱକପ୍‌ ବିଜେତାଙ୍କୁ ଦିଆଯିବ ଅଭିନନ୍ଦନ, ମ୍ୟାଚ ପୂର୍ବରୁ ହେବ ସୂର୍ଯ୍ୟକିରଣ ଏୟାର ଶୋ

ବିଶ୍ୱକପ୍‌ ବିଜେତାଙ୍କୁ ଦିଆଯିବ ଅଭିନନ୍ଦନ, ମ୍ୟାଚ ପୂର୍ବରୁ ହେବ ସୂର୍ଯ୍ୟକିରଣ ଏୟାର ଶୋ

ଅହମ୍ମଦାବାଦ୍‌: ବିଶ୍ବକପ ଇତିହାସରେ ପ୍ରଥମ ଥର ଏମିତି ହେବାକୁ ଯାଉଛି। ଟ୍ରଫି ସହ ଆକାଶରେ ବିଶ୍ବ ଚମ୍ପିଆନ୍‌ର ନାମ ଲେଖାଯିବ। ୧୨୦୦ ଡ୍ରୋନ ଦ୍ବାରା ପ୍ରଦର୍ଶିତ ଆଲୋକ ମାଧ୍ୟମରେ ଏହା ସମ୍ଭବ ହେବ। ବିଜେତାକୁ ଟ୍ରଫି ଦିଆଯିବା ପରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ନିଆରା ଆତସବାଜିରେ ଆଲୋକିତ କରାଯିବ। ସୂର୍ଯ୍ୟକିରଣର ଏରିଆଲ ଶୋ ବ୍ୟତୀତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ପକ୍ଷରୁ ଏକ ଲେଜର ଶୋ ଏବଂ ସଙ୍ଗୀତଜ୍ଞ ପ୍ରୀତମଙ୍କ ଦ୍ବାରା ଏକ ମ୍ୟୁଜିକାଲ ଶୋ ଆୟୋଜିତ ହେବ।

ଏହାଛଡ଼ା ପୂର୍ବତନ ବିଶ୍ବବିଜେତା ଅଧିନାୟକଙ୍କୁ ସମ୍ମାନିତ କରାଯିବା ସହ ଷ୍ଟାଡିୟମରେ ସେମାନଙ୍କ ପରେଡ ମଧ୍ୟ ନିଆଯିବ। ଆଇସିସି ପକ୍ଷରୁ ବିଶ୍ବକପର ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରାଯାଇନଥିଲା। ଉଦ୍‌ଯାପନୀ ଉତ୍ସବକୁ ସ୍ମରଣୀୟ କରିବା ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ମ୍ୟାଚ ପୂର୍ବରୁ ସୂର୍ଯ୍ୟକିରଣର ୯ଟି ବିମାନ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଉପରେ ଦଳର ଅଧିନାୟକ ୱିଙ୍ଗ କମାଣ୍ଡର ସିଦ୍ଧେଶ କାର୍ତ୍ତିକଙ୍କ ନେତୃତ୍ବରେ ଉଡିବା ସହ କ୍ରିକେଟପ୍ରେମୀଙ୍କୁ ବିମୋହିତ କରିବେ। ପ୍ରୀତମଙ୍କ ସଂଗୀତ ଗ୍ରୁପ ଦ୍ବାରା ଦିଲ୍‌ ଜଶନ ବୋଲ୍‌ ଆୟୋଜିତ ହେବ। ଏହି ସମୟ ମଧ୍ୟରେ କେସରିଆ, ଲେହରା ଦୋ ଓ ଜିତେଗା ଜିତେଗା ଗୀତ ଶୁଣିବାକୁ ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking