28.1 C
Bhubaneswar
Wednesday, April 9, 2025
Homeଦେଶ ବିଦେଶଦିଲ୍ଲୀରେ ପ୍ରଦୁଷଣ ମାତ୍ରା ହ୍ରାସ; ୨୦ରୁ ଖୋଲିବ ସ୍କୁଲ

ଦିଲ୍ଲୀରେ ପ୍ରଦୁଷଣ ମାତ୍ରା ହ୍ରାସ; ୨୦ରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୁଷଣ ମାତ୍ରା ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ସୋମବାରଠାରୁ ସ୍କୁଲ ଖୋଲିବ ବୋଲି ରାଜ୍ୟ ସରକାର ଶନିବାର ଘୋଷଣା କରିଛନ୍ତି । ଶନିବାର ଦିଲ୍ଲୀର ଏକ୍ୟୁଆର (ଏୟାର କ୍ୱାଲିଟୀ ଇଣ୍ଡେକ୍ସ) ୩୧୭କୁ ହ୍ରାସ ପଇଥିବା ଜଣାପଡିଛି । ଫଳରେ ସରକାରଙ୍କ ସମେତ ସହରବାସୀ ମଧ୍ୟ ବହୁମାତ୍ରାାରେ ଆଶ୍ୱସ୍ତ ହୋଇପଡିଛନ୍ତି । ବର୍ତ୍ତମାନ ଦିଲ୍ଲୀ ବାୟୁମଣ୍ଡଳ ‘ସାଂଘାତିକ’ରୁ ‘ଅତି ଖରାପ’ ସ୍ଥିତିରେ ପହଞ୍ଚିଥିବା କୁହାଯାଇଛି । ସ୍କୁଲ ଖୋଲିଲେ ସୁଦ୍ଧା ଖେଳପଡିଆରେ କୌଣସି କ୍ରୀଡା ଆୟୋଜନକୁ ଅନୁମତି ପ୍ରଦାନ କରାଯାଇନାହିଁ ।

ବର୍ତ୍ତମାନ ଦିଲ୍ଲୀ ମଧ୍ୟକୁ ଡିଜେଲ ଚାଳିତ ଟ୍ରକ୍ ଓ ଯାନବାହନର ପ୍ରବେଶ ଉପରେ ଯେଉଁ କଟକଣା ଲାଗୁ କରାଯାଇଥିଲା, ତାହାକୁ ପ୍ରତ୍ୟାହାର କରାଯାଇଛି । ସୂଚନଯୋଗ୍ୟ ନଭେମ୍ବର ୨ରୁ ଦିଲ୍ଲୀରେ ପ୍ରଦୁଷଣ ସ୍ତର ଖରାପ ହେବାରେ ଲାଗିଥିଲା । ଦୀପାବଳି ପରେ ସ୍ଥିତି ସମ୍ପୂର୍ଣ୍ଣ ଉଦ୍‌ବେଗଜନକ ହୋଇପଡିଥିଲା । ଫଳରେ ରାଜ୍ୟ ସରକାର ଦିଲ୍ଲୀରେ ଗ୍ରାପ୍‌-୪ (ଗ୍ରେଡେଡ୍ ରେସ୍‌ପନ୍ସ ଆକ୍ସନ ପ୍ଲାନ୍‌) ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ । ଦିଲ୍ଲୀରେ ଶିକ୍ଷାନୁଷ୍ଠାନଗୁଡିକରେ ଆଗୁଆ ଶୀତଛୁଟି (ନଭେମ୍ବର ୯-୧୮) ଘୋଷଣା ମଧ୍ୟ କରାଯାଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking