ୱାଶିଂଟନ: ବିଗତ କିଛି ବର୍ଷ ଧରି ଏଲନ୍ ମସ୍କ୍ଙ୍କ ମାଲିକାନାରେ ପରିଚାଳିତ ସ୍ପେସ୍ଏକ୍ସ ସଂସ୍ଥା ମହାକାଶ ବିଜ୍ଞାନରେ ଅଗ୍ରଗତି କରିବାକୁ ଲାଗିପଡିଛି । ତେବେ ଶନିବାର ମହାକାଶକୁ ପଠାଯାଇଥିବା ଶକ୍ତିଶାଳୀ ରକେଟ୍ ‘ଷ୍ଟାରସିପ୍’ ଆକାଶକୁ ଉଠିବାର କିଛି ସମୟରେ ମଧ୍ୟରେ ଅକାମୀ ହୋଇ ଖସିପଡିଛି ।
ସ୍ପେସ୍ସିପ୍ରୁ ପୃଥକ ହେବାର କିଛି କ୍ଷଣ ମଧ୍ୟରେ ବୁଷ୍ଟର ରକେଟ୍ଟି ଖସିପଡିଥିବା କୁହାଯାଇଛି । ଏହି ମହାକାଶଯାନଟି ୯୦ ମିନିଟ ପ୍ରଦକ୍ଷିଣ କରିବାର ଯୋଜନା ରହିଥିବାବେଳେ ମାତ୍ର ୧୦ ମିନିଟ ପରେ ଦୁର୍ଘଟଣା ଘଟିଥିଲା ।