27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶବିହାରରେ ବିଷାକ୍ତ ମଦ ପିଇ ୬ ମୃତ

ବିହାରରେ ବିଷାକ୍ତ ମଦ ପିଇ ୬ ମୃତ

ପାଟନା: ମଦ ନିଷିଦ୍ଧ ଥିବା ବିହାରରେ ବାରମ୍ବାର ବିଷାକ୍ତ ମଦମୃତ୍ୟୁ ମାମଲା ସାମନାକୁ ଆସୁଛି । ରାଜ୍ୟର ସୀତାମଢିରେ ବିଷାକ୍ତ ମଦ ପିଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ସମସ୍ତେ ମିଶି ମଦ ପିଇଥିଲେ। ଶୁକ୍ରବାର ସକାଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଥିଲା। ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କର ଗୋଟିଏ ପରେ ଗୋଟିଏ ମୃତ୍ୟୁ ଘଟିଥିଲା। ସେଥିମଧ୍ୟରୁ ଶୁକ୍ରବାର ୩ ଜଣ ଓ ଶନିବାର ୩ ଜଣଙ୍କ ମୃତ୍ୟୁ ଘଟିଛି।

୩ଟି ଗାଁରେ ଏହି ମୃତ୍ୟୁ ଘଟିଛି। ଏହି ତିନୋଟି ଗାଁ ପରସ୍ପର ନିକଟରେ ରହିଛି। ତେବେ ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ଏପର୍ଯ୍ୟନ୍ତ ସ୍ପଷ୍ଟ କରିଛି। ଅନ୍ୟ ୩ ଜଣଙ୍କ ମୃତ୍ୟୁକୁ ପୁଲିସ ସ୍ପଷ୍ଟ କରିନାହିଁ । ସୀତାମଢି ଏସପି ମନୋଜ ତିୱାରୀ କହିଛନ୍ତି ଯେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମାମଲା ସନ୍ଦେହଜନକ ଏବଂ ବର୍ତ୍ତମାନ ତଦନ୍ତ ଚାଲିଛି। ଶୁକ୍ରବାର ରାତିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ଅନ୍ତିମ ସଂସ୍କାର ମଧ୍ୟ କରାଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟ ୩ ଜଣଙ୍କ ଶନିବାର ସକାଳେ ମୃତ୍ୟୁ ଘଟିଛି। ତେବେ କେବଳ ୩ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking