29.1 C
Bhubaneswar
Tuesday, July 15, 2025
Homeଦେଶ ବିଦେଶଚୀନରେ ଅଗ୍ନିକାଣ୍ଡ , ୨୫ ଜୀବନ୍ତ ଦଗ୍ଧ

ଚୀନରେ ଅଗ୍ନିକାଣ୍ଡ , ୨୫ ଜୀବନ୍ତ ଦଗ୍ଧ

ଚୀନ : ଚୀନରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଠାରେ ଶାଙ୍କ୍‌ସି ପ୍ରଦେଶର ଲୁଲିୟାଙ୍ଗରେ ଥିବା ଏକ କୋଇଲା କମ୍ପାନୀର ବିଲ୍ଡିଂରେ ନିଆଁ ଲାଗି ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ସକାଳ ପ୍ରାୟ ୬ଟା ୫୦ ମିନିଟ୍‌ରେ ଘଟିଥିବା ସୂଚନା ରହିଛି। ଦୁର୍ଘଟଣା ପରେ ଏ ପର୍ଯ୍ୟନ୍ତ ୬୩ ଜଣଙ୍କୁ ବିଲ୍ଡିଂରୁ ବାହାର କରାଯାଇଛି। ସେମାନଙ୍କ ମଧ୍ୟରୁ ୫୧ ଜଣ ଲୁଲିୟାଙ୍ଗର ଫାର୍ଷ୍ଟ ପିପୁଲ୍ସ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଚୀନ୍‌ର ସ୍ଥାନୀୟ ସରକାରୀ ଗଣମାଧ୍ୟମର ରିପୋର୍ଟ ମୁତାବକ, ଶାଙ୍କ୍‌ସି ପ୍ରଦେଶର ଲୁଲିୟାଙ୍ଗ ସହରରେ ଏକ କୋଇଲା କମ୍ପାନୀର ଚାରି ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ସମୟ ସକାଳ ୬ଟା ୫୦ରେ ବିଲ୍ଡିଂରେ ନିଆଁ ଲାଗିଥିଲା। ରାଜ୍ୟ ଗଣମାଧ୍ୟମର ସୂଚନା ମୁତାବକ, ଚୀନ୍‌ରେ ଢିଲା ନିରାପତ୍ତା ମାନଦଣ୍ଡ ଯୋଗୁ ବାଣିଜ୍ୟିକ ଦୁର୍ଘଟଣା ସାଧାରଣ। ଚଳିତ ବର୍ଷ ଜୁଲାଇରେ ଦେଶର ଉତ୍ତର-ପୂର୍ବରେ ଏକ ସ୍କୁଲ ଜିମର ଛାତ ଭୁଶୁଡ଼ି ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାର ଠିକ୍‌ ୧ ମାସ ପୂର୍ବରୁ ଚୀନର ଉତ୍ତର-ପଶ୍ଚିମରେ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ୩୧ ଜଣ ପ୍ରାଣ ହରାଇଥିଲେ। ଏହିପରି ଚଳିତ ବର୍ଷ ଏପ୍ରିଲରେ ବେଜିଂର ଏକ ଡାକ୍ତରଖାନାରେ ନିଆଁ ଲାଗି ୨୯ ଜଣଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ୨୦୧୫ରେ ଚୀନର ତିୟାନଜିନରେ ଘଟିଥିବା ଦୁର୍ଘଟଣା ସବୁଠାରୁ ବଡ଼ ଦୁର୍ଘଟଣା ଥିଲା। ଏଠାରେ ଏକ ରାସାୟନିକ ଗୋଦାମରେ ବିସ୍ଫୋରଣ ଘଟି ୧୬୫ ଜଣଙ୍କର ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking