34.1 C
Bhubaneswar
Friday, September 20, 2024
Homeଓଡିଶାହାଇକୋର୍ଟରେ ଡଙ୍ଗା ବୁଡ଼ି ମାମଲା; ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେର୍ଶ

ହାଇକୋର୍ଟରେ ଡଙ୍ଗା ବୁଡ଼ି ମାମଲା; ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେର୍ଶ

କଟକ: ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଡଙ୍ଗାବୁଡି ମାମଲାର ଶୁଣାଣି ଆଜି ହାଇକୋର୍ଟରେ ହୋଇଛି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ.ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଏମ୍‌.ଏସ. ରମଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିବା ବେଳେ ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୨ରେ ହେବ । ଶୁଣାଣି ବେଳେ ୨୦୦୪ ବୋଟ୍ ନିୟମ ଠିକ୍ କାର୍ଯ୍ୟକାରୀ କରାଯାଉ ନଥିବା ଆବେଦନକାରୀ ଅଭିଯୋଗ ଆଣିଥିଲେ । ପଞ୍ଜୀକରଣ ହୋଇ ନଥିବା କେତେ ଡଙ୍ଗା ଚିହ୍ନଟ କରାଯାଇଛି, ଲାଇଫ୍ ଜ୍ୟାକେଟ ନଥିଲେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଡଙ୍ଗାବୁଡିରେ ମୋଟ୍ କେତେ ଲୋକ ପ୍ରାଣ ହରାଇଛନ୍ତି, କେତେ ପରିମାଣର କ୍ଷତିପୂରଣ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ସେ ସଂକ୍ରାନ୍ତରେ ବିସ୍ତୃତ ସତ୍ୟାପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେର୍ଶ ଦେଇଛନ୍ତି । ଅପରପକ୍ଷେ ୨୦୦୪ ନିୟମାବଳୀ ପରିବର୍ତ୍ତେ ନୂତନ ନିୟମ ପ୍ରଣୟନ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।

ମାର୍ଚ୍ଚ ମାସରୁ ନୂତନ ନିୟମ ପ୍ରଣୟନ ଲାଗି ସରକାର ନିବେଦନ କରିଥିଲେ ମଧ୍ୟ ଡିସେମ୍ବର ସୁଦ୍ଧା କ’ଣ ପାଇଁ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ । ପ୍ରଣୟନ ବିଷୟରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ଆସନ୍ତା ଶୁଣାଣି ସମୟରେ ଏହାକୁ ଉପସ୍ଥାପନ କରିବା ଲାଗି ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋରାପୁଟ ଜିଲ୍ଲା କୋଲାବ ନଦୀର ଶାଖା ପାତାଳି ନଦୀରେ ୨୦୧୪ ମେ ୨୪ରେ ଡଙ୍ଗାବୁଡ଼ି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଇନଜୀବୀ ପ୍ରବୀର ଦାସ ଏନେଇ ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ନିରାପତ୍ତା ନିମନ୍ତେ ଡଙ୍ଗାର ପଞ୍ଜୀକରଣ, ଜୀବନ ରକ୍ଷାକାରୀ ସରଞ୍ଜାମ ମହଜୁଦ ବ୍ୟବସ୍ଥା ଗ୍ରହଣ କରାଯିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ଆବେଦନରେ ଦର୍ଶାଯାଇଥିଲା । ୨୦୧୪ ଫେବୃୟାରୀ ମାସରେ ଆଉ ଏକ ଡଙ୍ଗାବୁଡ଼ି ଦୁର୍ଘଟଣା ହୀରାକୁଦରେ ହୋଇଥିଲା । ଏଥିରେ ୩୧ ଜଣଙ୍କ ପ୍ରାଣହାନି ଘଟିଥିଲା । ଏହି ଘଟଣାରେ ଉଚ୍ଚ ନ୍ୟାୟାଳୟ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking