30.1 C
Bhubaneswar
Saturday, September 21, 2024
Homeଅପରାଧଟଙ୍କା ପାଇଁ ପୁଅ ସାଜିଲା ସଇତାନ; ପିଟି ପିଟି ମାଆକୁ କଲା ହତ୍ୟା

ଟଙ୍କା ପାଇଁ ପୁଅ ସାଜିଲା ସଇତାନ; ପିଟି ପିଟି ମାଆକୁ କଲା ହତ୍ୟା

ରାଇରଙ୍ଗପୁର: ଶାବଳରେ ପିଟି ପିଟି ମାଆକୁ ହତ୍ୟା କଲା ସଇତାନ ପୁଅ । ମୟୂରଭଞ୍ଜରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଘାଗରବେଡା ଥାନା ଅନ୍ତର୍ଗତ ନକ୍ସରା ଗ୍ରାମରେ ଏଭଳି ସ୍ପର୍ଶକାତର ଘଟଣା ଘଟିଛି । ନକ୍ସରା ଗ୍ରାମର ଜଣେ ଯୁବକ ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଜନ୍ମ କଲା ମାଆକୁ ଶାବଳରେ ପିଟି ପିଟି ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଆଜି ନକ୍ସରା ଗ୍ରାମର ଫୁଲମଣୀ ଗିରିଙ୍କୁ ତାଙ୍କ ପୁଅ ମିଥୁନ ଗିରି କିଛି ଟଙ୍କା ମାଗିଥିଲେ । ତେବେ ମାଆ ଫୁଲମଣୀ ଟଙ୍କା ଦେଇନଥିବାବେଳେ ମିଥୁନ ସହିତ ତାଙ୍କର ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ମିଥୁନ ଘରେ ଥିବା ଏକ ଶାବଳ ସାହାଯ୍ୟରେ ନିଜ ମାଆକୁ ପିଟି ପିଟି ହତ୍ୟା କରିଥିଲା । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ସୈତାନ ପୁଅ । ଏହାପରେ ଫୁଲମଣୀଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ଘାଗରବେଡା ଥାନା ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଏହା ସହିତ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଶାବଳ ଜବତ କରିଛି ପୋଲିସ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇ ଦିଆଯାଇଥିବାବେଳେ ଅଭିଯୁକ୍ତ ମିଥୁନକୁ ଗିରଫ କରିଛି ପୋଲିସ । ସେହିପରି ଗତ ସୋମବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲାରେ ଏହିଭଳି ଆଉ ଏକ ସ୍ପର୍ଶକାତର ଘଟଣା ଘଟିଥିଲା । ଶାବଳରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଥିଲା ସଇତାନ ସ୍ୱାମୀ । ସୋମବାର ବିଳମ୍ବିତ ରାତିରେ ରାଜୁ ଭକ୍ତା ନାମକ ଜଣେ ବ୍ୟକ୍ତି ସ୍ତ୍ରୀ ଲକ୍ଷ୍ମୀଙ୍କୁ ଏକ ଶାବଳରେ ଛେଚି ଛେଚି ହତ୍ୟା କରିଥିଲା । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା । ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ସ୍ତ୍ରୀ ଲକ୍ଷ୍ମୀର ମୁଣ୍ଡରେ ଏକ ଶାବଳ ସାହାଯ୍ୟରେ ଶକ୍ତ ପ୍ରହାର କରିଥିଲା ରାଜୁ । ଫଳରେ ଘଟଣାସ୍ଥଳରେ ହିଁ ଲକ୍ଷ୍ମୀଙ୍କ ଜୀବନ ଯାଇଥିଲା । ସକାଳୁ ବିଛଣାରେ ଲକ୍ଷ୍ମୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ପାଇ ଘଟଣା ସମ୍ପର୍କରେ ଅଭିଯୁକ୍ତ ରାଜୁର ସମ୍ପର୍କୀୟ ମୋରୋଡା ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମୋରୋଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ରାଜୁ ଭକ୍ତାକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking