34.1 C
Bhubaneswar
Friday, September 20, 2024
Homeଅପରାଧଡାହାଣି ସନ୍ଦେହରେ ଶାଶୂ-ବୋହୂଙ୍କୁ ନିସ୍ତୁକ ମାଡ଼

ଡାହାଣି ସନ୍ଦେହରେ ଶାଶୂ-ବୋହୂଙ୍କୁ ନିସ୍ତୁକ ମାଡ଼

ବରଗଡ଼: ମଣିଷ ଯାଇ ଚନ୍ଦ୍ରରେ ପହଞ୍ଚିଲାଣି, ତଥାପି ଆଜି ବି ଅନ୍ଧବିଶ୍ୱାସର ଅନ୍ଧାର ଗଳିରେ ଘୁରି ବୁଲୁଛନ୍ତି ଅନେକ ଲୋକ । ତନ୍ତ୍ରମନ୍ତ୍ର, କଳାଯାଦୁ, ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନାରକୀୟ କାଣ୍ଡ ଭିଆଉଛନ୍ତି । ସେମିତି ଏକ ସଦ୍ୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ଲାଉମୁଣ୍ଡା ଗ୍ରାମରେ । ଏଠାରେ ଡାହାଣୀ ସନ୍ଦେହରେ ଦୁଇ ଜଣ ମହିଳାଙ୍କୁ ନିସ୍ତୁକ ମାଡ଼ ଦେଇଛନ୍ତି ଗ୍ରାମବାସୀ । ଉଭୟ ମହିଳା ସମ୍ପର୍କରେ ଶାଶୂ ଓ ବୋହୂ । ଦୁହେଁ ଡାହାଣୀ ହୋଇଥିବା ସନ୍ଦେହ କରି ଗାଁ ଲୋକେ ସେମାନଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ମାରପିଟ୍ କରିଥିବା ବିଜେପୁର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଲାଉମୁଣ୍ଡାର ୪୫ ବର୍ଷୀୟା ହୀରା ମହାପାତ୍ର ଓ ତାଙ୍କର ୪୫ ବର୍ଷୀୟା ବହୁ ଜୟନ୍ତୀ ମହାପାତ୍ରଙ୍କୁ କିଛି ବ୍ୟକ୍ତି ତାଙ୍କ ଘରେ ପଶି ଡାହାଣୀ ସନ୍ଦେହ କରି ମାରପିଟ୍ କରିଥିଲେ । ଘରର ଆସବାବପତ୍ର ଭାଙ୍ଗିବା ସହ ଘୋଷାଡି ଘୋଷାଡି ବାହାରକୁ ଟାଣି ଆଣିଥିଲେ । ଗାଁ ଦାଣ୍ଡରେ ଗୋଇଠା ବିଧା ସହ ବାଡିରେ ପିଟିଥିଲେ ।

ଦୀର୍ଘ ୨୪ ଘଣ୍ଟା ଧରି ବୃଦ୍ଧ ଶାଶୂ ଓ ବୋହୂଙ୍କ ଉପରେ ଅକଥନୀୟ ନିର୍ଯାତନା ଚାଲିଥିଲା । ପୋଲିସ ଏ ଘଟଣା ସମ୍ପର୍କରେ ସୋସିଆଲ ମିଡ଼ିଆରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଉଭୟ ପୀଡ଼ିତାଙ୍କୁ ଉଦ୍ଧାର କରି ଥାନାକୁ ଆଣିବା ସହ ଶାଶୂ, ବୋହୂକୁ ବରଗଡ଼ ଜିଲ୍ଲା ଚକରକେନ୍ଦ ଛକ ସ୍ଥିତ ମାତୃଛାୟା ଓ ବାନପ୍ରସ୍ଥ ଆଶ୍ରମରେ ସୁରକ୍ଷିତ ଭାବେ ଛାଡ଼ି ଦେଇଥିଲା । ଏହି ଘଟଣା ପରେ ଲୋକମାନଙ୍କ ମନରୁ ଅନ୍ଧବିଶ୍ୱାସର ଦୂରୀକରଣ ପାଇଁ ସୋମବାର ବିଜେପୁର ପୋଲିସ ପକ୍ଷରୁ ଲାଉମୁଣ୍ଡା ଗ୍ରାମରେ ଏକ ଜନ ସଚେତନତା ସଭା ଆୟୋଜନ କରାଯାଇଥିଲା । ବିଜେପୁର ଥାନା ଅଧିକାରୀ କଲ୍ୟାଣୀ ବେହେରାଙ୍କ ତତ୍ୱାବଧାନରେ ଲାଉମୁଣ୍ଡା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନସାଧାରଣଙ୍କୁ ସମ୍ପର୍କରେ ସଚେତନା କରାଯାଇଥିଲା । ଏହି ସଭାରେ ଅନ୍ଧବିଶ୍ୱାସଠାରୁ ଦୂରେଇ ରହି ଗୋଟିଏ ସୁସ୍ଥ ସମାଜ, ସୁସ୍ଥ ପରିବାର ତଥା ସୁସ୍ଥ ମଣିଷ ଗଠନ କରିବାରେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ସଚେତନ କରିଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking