34.1 C
Bhubaneswar
Friday, September 20, 2024
Homeଓଡିଶାଓଡ଼ିଶା-ମୋ ପରିବାର ହସ୍ତକ୍ଷେପ ପରେ ମୃତଦେହକୁ ଛାଡ଼ିଲେ ହସ୍ପିଟାଲ କର୍ତ୍ତୃପକ୍ଷ

ଓଡ଼ିଶା-ମୋ ପରିବାର ହସ୍ତକ୍ଷେପ ପରେ ମୃତଦେହକୁ ଛାଡ଼ିଲେ ହସ୍ପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର : ଚିକିତ୍ସାଧିନ ଅବସ୍ଥାରେ ଜଣେ ରୋଗୀ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁପରେ, ବକେୟା ଟଙ୍କା ପୈଠ ନକଲେ ତାଙ୍କର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାପାଇଁ ମନା କରିଦେଇଥିଲେ । ଓଡ଼ିଶା-ମୋ ପରିବାରର ହସ୍ତକ୍ଷେପ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ଜରଡ଼ା ଅଞ୍ଚଳର ୩୯ବର୍ଷିୟ ବାସିନ୍ଦା ଡାକ ନାୟକ ପାରିବାରିକ କଳହ କାରଣରୁ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସଙ୍ଗେସଙ୍ଗେ, ପରିବାରବର୍ଗ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମ୍.କେ.ସି.ଜି ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ପରିବାରବର୍ଗ, ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ ଏବଂ ତାଙ୍କ ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ରେ ଚିକିତ୍ସା କରାଇବା ପାଇଁ ହସ୍ପିଟାଲର ପରିଚାଳନା କମିଟି ମନା କରିଦେଇଥିଲେ । ତେଣୁ, ପରିବାର ବର୍ଗଙ୍କୁ କିଛି ଅର୍ଥରାଶି ଜମା କରିବାକୁ ପଡ଼ିଥିଲା । ଦୁର୍ଭାଗ୍ୟବଶତଃ, ଚିକିତ୍ସା ଚାଲିବାର ୪ଦିନ ପରେ ଡାକ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ଗୋଟେ ପଟେ, ଡାକ ଚାଲିଯିବାର ଦୁଃଖ, ଆର ପଟେ ହସ୍ପିଟାଲର ବିଲ୍ ବୋଝ ପରିବାରବର୍ଗଙ୍କୁ ବିଚଳିତ କରିଦେଇଥିଲା । ଇତି ମଧ୍ୟରେ, ପରିବାର ବର୍ଗ ଉପାୟଶୂନ୍ୟ ହୋଇ ସାନଖେମୁଣ୍ଡି ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କର ସହଯୋଗ ଲୋଡ଼ିଥିଲେ । ଶ୍ରୀମତୀ ପ୍ରଧାନ, ଏ ସମ୍ପର୍କରେ ଓଡ଼ିଶା-ମୋ ପରିବାରକୁ ସୂଚନା ଦେବା ପରେ ତୁରନ୍ତ ପଦକ୍ଷେପ ନିଆଯାଇ ହେଲ୍ପଡ଼େସ୍କ ସହଯୋଗୀ ଶ୍ରୀ ପ୍ରକାଶ ବେହେରାଙ୍କୁ ଘଟଣାର ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଶ୍ରୀ ବେହେରା, ତୁରନ୍ତ ହସ୍ପିଟାଲରେ ପହଞ୍ଚି ହସ୍ପିଟାଲର କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିବା ପରେ ପରିବାରବର୍ଗଙ୍କୁ କିଛି ଦେୟ ଛାଡ଼ କରାଯାଇଥିଲା । ହେଲ୍ପଡ଼େସ୍କ ସହଯୋଗୀ ପ୍ରକାଶ ହସ୍ପିଟାଲରେ ଉପସ୍ଥିତ ରହି ମୃତଦେହ ଗଞ୍ଜାମସ୍ଥିତ ତାଙ୍କ ଗ୍ରାମକୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲେ ।
ମୃତ ଡାକଙ୍କ ପରିବାରବର୍ଗଙ୍କ ଅସହାୟତା ବୁଝି ସେମାନଙ୍କୁ ଉପଯୁକ୍ତ ସାହାଯ୍ୟ ଯୋଗାଇ ଦେଇଥିବାରୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking