ଭୁବନେଶ୍ୱର: ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଓ ଜୁନିଅର ଆସିଷ୍ଟାଣ୍ଟ ପରୀକ୍ଷା ଦିନ ଅନ୍ୟ କୌଣସି ପ୍ରତିଦ୍ୱନ୍ଦିତାମୂଳକ ପରୀକ୍ଷା ଥିଲେ, ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ। ଏନେଇ ଓଏସ୍ଏସ୍ଏସ୍ସି ପକ୍ଷରୁ ୱେବ୍ସାଇଟ୍ରେ ଏକ ନୋଟିସ୍ ଜାରି କରାଯାଇଛି। ନଭେମ୍ବର ୫ ତାରିଖରେ ଯେଉଁ ପରୀକ୍ଷାର୍ଥୀଙ୍କ ଅନ୍ୟ ପ୍ରତିଦ୍ୱନ୍ଦ୍ବିତାମୂଳକ ପରୀକ୍ଷା ଥିବ, ସେମାନେ ୫ ତାରିଖ ମଧ୍ୟରେ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ୱେବ୍ସାଇଟ୍ରେ ଆବେଦନ କରିପାରିବେ। ସୂଚନାଯୋଗ୍ୟ, ସମାନ ସମୟରେ ଏକାଧିକ ପ୍ରତିଦ୍ୱନ୍ଦ୍ବିତାମୂଳକ ପରୀକ୍ଷା ଥିବାରୁ ଆଶାୟୀମାନେ ପିଇଓ ଓ ଜୁନିଅର ଆସିଷ୍ଟାଣ୍ଟ କମ୍ପୁଟର୍ ସ୍କିଲ ଟେଷ୍ଟ ପରୀକ୍ଷା ତାରିଖ ପରିବର୍ତ୍ତନ କରିବାକୁ ଦାବି କରିଥିଲେ।