28.1 C
Bhubaneswar
Friday, July 18, 2025
Homeଦେଶ ବିଦେଶରାଜସ୍ଥାନ ‘ଜଳ ଜୀବନ ମିସନ୍‌’ ଆର୍ଥିକ ଦୁର୍ନୀତି: ୨୫ଟି ସ୍ଥାନରେ ‘ଇଡି’ ଚଢ଼ଉ ଜାରି

ରାଜସ୍ଥାନ ‘ଜଳ ଜୀବନ ମିସନ୍‌’ ଆର୍ଥିକ ଦୁର୍ନୀତି: ୨୫ଟି ସ୍ଥାନରେ ‘ଇଡି’ ଚଢ଼ଉ ଜାରି

ଜୟପୁର: ରାଜସ୍ଥାନ ‘ଜଳ ଜୀବନ ମିସନ୍‌’ରେ ହୋଇଥିବା ଆର୍ଥିକ ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ ଆଜି ଜଣେ ବରିଷ୍ଠ ‘ଆଇଏଏସ୍‌’ ଅଫିସର୍‌ଙ୍କ ବାସଭବନ ସମେତ ୨୫ଟି ସ୍ଥାନରେ ଚଢ଼ଉ କରିଥିବା କଥା କେ‌ତେକ ଜାତୀୟସ୍ତରୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।ଜୟପୁରର ୨୫ଟି ସ୍ଥାନରେ ଚାଲିଥିବା ଏହି ଚଢ଼ଉରେ ‘ପବ୍ଲିକ୍‌ ହେଲ୍‌ଥ୍‌ ଇଞ୍ଜିନିୟରିଙ୍ଗ୍‌’ (ପିଏଚ୍‌ଇ) ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ‘ଆଇଏଏସ୍‌’ ଅଧିକାରୀ ସୁବୋଧ ଅଗରୱାଲ୍‌ଙ୍କ ବାସଭବନ ଅନ୍ତର୍ଭୁକ୍ତ। ଏହାଛଡ଼ା, ଏହି ଦୁର୍ନୀତିରେ ଲିପ୍ତ ଥିବା ଅନ୍ୟାନ୍ୟ ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ବାସଭବନରେ ବି ‘ଇଡି’ ଚଢ଼ଉ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking