ଉମରକୋଟ : ମସିହା ସେପ୍ଟେମ୍ବର ୨୫ ତାରିଖ ରେ ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟରେ ସର୍ବପ୍ରଥମେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ଡ ଅନିତା ମାଝୀ । ମହାବିଦ୍ୟାଳୟ ପ୍ରତିଷ୍ଠା ସମୟରୁ ଏଯାବତ ଦିର୍ଘ କର୍ମମୟ ଜୀବନ କାଳ ମଧ୍ୟରେ ଜଣେ ଉଚ୍ଚ ଆଦର୍ଶ କର୍ତ୍ତବ୍ୟ ପରାୟଣା, ଛାତ୍ର ବାତ୍ସଲ୍ୟ ତଥା ଗୁଣଗ୍ରାହୀ ଅଧ୍ୟକ୍ଷା ଭାବେ ସୁନାମ ଅର୍ଜନ କରିଥିଲେ ଅନିତା ମାଝି। ଅନିତା ମାଝି ୧୯୬୩ ମସିହାରେ ନବରଙ୍ଗପୁର ରେ ଜନ୍ମଗ୍ରହଣ କରିଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଉଚ୍ଚ ଶିକ୍ଷା ସମାପ୍ତ କରି ଉମରକୋଟ ଠାରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ଦୀର୍ଘ ୩୯ ବର୍ଷ କର୍ମମୟ ଜୀବନ କାଳ ମଧ୍ୟରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀଙ୍କୁ ସୁବ୍ୟବହାର ତଥା ସହଯୋଗ କରି ଜଣେ ଭଲ ଅଧ୍ୟକ୍ଷା ଭାବେ ଥିଲେ। ଗତ କାଲି ନିଜର କର୍ମମୟ ଜୀବନ ରୁ ଅବସର ଗ୍ରହଣ କରିଛନ୍ତି ଅନିତା ମାଝି। ଏହି ସମୟରେ କଲେଜ ପରିସରରେ ଏକ ଭାବବିହୁଳ ପରିବେଶ ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସହଯୋଗୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଡ଼ ଅନିତା ମାଝୀ ମହାବିଦ୍ୟାଳୟ ରେ ଯୋଗ ଦେବା ସମୟ ରେ କେବଳ ଯୁକ୍ତ ଦୁଇ କଳା ବିଭାଗ ରହିଥିଲା ଏବଂ ସେହି ସମୟ ରେ ମହା ବିଦ୍ୟାଳୟ ଟି ଏକ ଅସ୍ଥାୟୀ ଗୃହ ରେ ଚାଲିଥିଲା । ବର୍ତମାନ ମହାବିଦ୍ୟାଳୟରେ କଳା ବିଭାଗ ର ଯୁକ୍ତ ଦୁଇ, ଯୁକ୍ତ ତିନି, ବିଜ୍ଞାନ ବିଭାଗ ର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଏବଂ ବାଣିଜ୍ୟ ବିଭାଗ ର ଯୁକ୍ତ ଦୁଇ ଓ ଯୁକ୍ତ ତିନି ରହିଛି । ଏସବୁବିଭାଗ ଖୋଲିବାରେ ଅନିତା ମାଝୀ ଯଥେଷ୍ଟ ଅବଦାନ ରହିଛି । ବର୍ତମାନ ମହା ବିଧଳୟ ର ନିଜସ୍ଵ କୋଠା ରହିଥିବା ବେଳେ ସମସ୍ତ ବିଭାଗ ପାଇଁ ଯଥେଷ୍ଟ ଶ୍ରେଣୀ ଗୃହ ରହିଛି। ଏହି ମହା ବିଦ୍ୟାଳୟ ରୁ ଅନେକ ପୁରାତନ ଛାତ୍ର ଛାତ୍ରୀ ବାହାରି ଉଚ୍ଚ ପଦସ୍ଥ ଅଧିକାରୀ, ରାଜା ନେତା, ସରକାରୀ କର୍ମଚାରୀ, ଓକିଲ, ସାମ୍ବାଦିକ ଓ ବ୍ୟବସାୟୀ ଭାବରେ ପ୍ରତିଷ୍ଠା ଲାଭ କରି ନିଜର ଭବିଷ୍ୟତ ଗଠନ କରିଛନ୍ତି । ମ୍ୟାଡମ୍ ଙ୍କ ଉତ୍ତମ ଶିକ୍ଷ୍ୟା ଓ ସୁ ସଂସ୍କାର ପାଇ ଅନେକ ଛାତ୍ର ଛାତ୍ରୀ ଉତ୍ତମ ଚରିତ୍ର ଗଠନ କରି ପାରିଛନ୍ତି ।