ନୂଆଦିଲ୍ଲୀ: ଏସିଆନ୍ ପାରା ଗେମ୍ସରେ ଭାରତକୁ ଗୋଲ୍ଡ ମେଡାଲ । ପୁରୁଷ ଜାଭେଲିନ୍ ଥ୍ରୋ-ଏଫ୬୪ ଇଭେଣ୍ଟରେ ସୁମିତ୍ ଅଣ୍ଟିଲ୍ ଏବଂ ପୁଷ୍ପେନ୍ଦ୍ର ସିଂହଙ୍କୁ କ୍ରମାନ୍ବୟରେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ମିଳିଛି । ଉଭୟ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରିଥିଲେ । ସୁମିତ୍ ଅଣ୍ଟିଲ ୭୩.୨୯ ମିଟର ଜାଭେଲିନ୍ ଫିଙ୍ଗି ଏସିଆନ୍ ପାରା ଗେମ୍ସରେ ରେକର୍ଡ କରିଛନ୍ତି । ଏହା ସହିତ ସେ ଓ୍ବାର୍ଲଡ ରେକର୍ଡ ଓ ଏସିଆନ୍ ରେକର୍ଡ ଭାଙ୍ଗିଛନ୍ତି । ସୁମିତ୍ ନିଜର ତୃତୀୟ ପ୍ରୟାସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଶ୍ରୀଲଙ୍କାର ଅଶ୍ଚଚିଗେ ସମିତ ୬୨.୪୨ ମିଟର ଥ୍ରୋ କରି ରୌପ୍ୟ ପଦକ ଜିତିଥିଲେ । ସେହିପରି ପୁଷ୍ପେନ୍ଦ୍ର ସିଂ ୬୨.୦୬ ମିଟର ଜାଭେଲିନ୍ ଥ୍ରୋ କରି ତୃତୀୟ ସ୍ଥାନ ସହିତ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ।
ଭାରତ ବର୍ତ୍ତମାନ ସୁଧା ଏସିଆନ୍ ପାରା ଗେମ୍ସରେ ମୋଟ୍ ୩୬ଟି ମେଡାଲ ଜିତିଛି । ଯେଉଁଥିରେ ୧୦ଟି ସୁନା ପଦକ ଥିବା ବେଳେ ୧୨ଟି ରୌପ୍ୟ ଓ ୧୪ଟି ବ୍ରୋଞ୍ଜ ପଦକ ରହିଛି । ଏହା ସହିତ ଭାରତ ପଞ୍ଚମ ସ୍ଥାନରେ ରହିଛି । ଭରତୀୟ କ୍ରୀଡ଼ାବିତମାନେ ଏସିଆନ୍ ପାରା ଗେମ୍ସର ପ୍ରଥମର ସଫଳତା ଦୋହରାଇବା ଆବଶ୍ୟକ । ପ୍ରଥମ ଦିନରେ ଭାରତ ୬ଟି ଗୋଲ୍ଡ, ୬ଟି ସିଲଭର୍ ଓ ୫ଟି ବ୍ରୋଞ୍ଜ ସହିତ ୧୭ଟି ମେଡାଲ ଜିତିଥିଲେ ।