30.1 C
Bhubaneswar
Saturday, October 5, 2024
Homeଅପରାଧସମଲିଙ୍ଗୀ ଯୌନ ସମ୍ପର୍କ ଜରିଆରେ ବ୍ଲାକମେଲିଂ, ୫ ନାବାଳକ ଗିରଫ

ସମଲିଙ୍ଗୀ ଯୌନ ସମ୍ପର୍କ ଜରିଆରେ ବ୍ଲାକମେଲିଂ, ୫ ନାବାଳକ ଗିରଫ

ଭୁବନେଶ୍ବର: ରାଜଧାନୀରେ ଏସକର୍ଟ ସର୍ଭିସ୍ ଆପ୍ ଖୋଲି ସମଲିଙ୍ଗୀ ଯୌନ ସମ୍ପର୍କ ରକ୍ଷା ଲୋକଙ୍କୁ ଲୁଟୁଥିଲେ। ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ଓ ପରେ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇ ଜଣେ ଯୁବକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଲୁଟେରା। ଲିଙ୍ଗରାଜ ଥାନାରେ ଅଭିଯୋଗ ହେବା ପରେ ଗିରଫ ହୋଇଛନ୍ତି ୫ ନାବାଳକ। ଗେମ ଆପ୍ଲିକେସନରେ ଆସୁଥିବା ଅଶ୍ଳୀଳ ସେକ୍ସ ଆପ୍ଲିକେସନରେ ଚାଟିଂ ମାଧ୍ୟମରେ ଟାର୍ଗେଟ ଖୋଜୁଥିଲେ ଏହି ନାବାଳକ। ବିଭିନ୍ନ ଯୁବକଙ୍କ ସହ ଚାଟିଂ କରି କିଏ ସମଲିଙ୍ଗୀ ଯୌନ ସମ୍ପର୍କ ରଖିବାକୁ ଇଚ୍ଛୁକ ତାର ପତ୍ତା ଲଗାଉଥିଲେ । ପ୍ରଥମେ ଚାଟିଂ କରି ସମ୍ପର୍କ ବଢ଼ାଉଥିଲେ ଓ ପରେ ନମ୍ବର ନେଇ ଭୁବନେଶ୍ୱର ଗ୍ୟାରେଜ ଛକକୁ ଡାକିଥିଲେ। ଉକ୍ତ ଯୁବକ ଭୁବନେଶ୍ୱର ଆସିବା ପରେ ତାଙ୍କୁ ଏକ ଘରକୁ ନେଇଥିଲେ। ଘରେ ଅଶ୍ଳୀଳ କାମ କରିବା ପରେ ଭିଡ଼ିଓ ଭାଇରାଲ କରିବାର ଧମକ ଦେଇଥିଲେ। ଲୋକ ଲଜ୍ଜା ଭୟରେ ଉକ୍ତ ଯୁବକ ପ୍ରଥମେ ଫୋନ ପେ’ ମାଧ୍ୟମରେ ଏକ ଲକ୍ଷ ଟଙ୍କା ଦେଇଥିଲେ। ଏଟିଏମରୁ ପୁଣି ୫୦ ହଜାର ଟଙ୍କା ଦେଇଥିଲେ। ଲିଙ୍ଗରାଜ ଥାନାରେ ଅଭିଯୋଗ ପରେ ସିସିଟିଭି ଆଧାରରେ ୫ ନାବାଳକଙ୍କୁ ଲିଙ୍ଗରାଜ ଥାନା ପୁଲିସ ଉଠାଇ ଆଣିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking