29.1 C
Bhubaneswar
Saturday, October 5, 2024
Homeଓଡିଶାଆଜି ଏତିକି ବଢିଲା ଗ୍ୟାସ୍ ଦର

ଆଜି ଏତିକି ବଢିଲା ଗ୍ୟାସ୍ ଦର

ଭୁବନେଶ୍ୱର: ମାସ ଆରମ୍ଭରୁ ଖାଉଟିଙ୍କୁ ଲାଗିଲା ବଡ଼ ଝଟକା । ବଢିଲା ଗ୍ୟାସ୍ ଦର। ଗ୍ରାହକଙ୍କ ପକେଟ୍ ଉପରେ ଦରର ମାଡ଼। କାହିଁକି ପାର୍ବଣ ଋତୁ ଆରମ୍ଭରୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଗୁଡିକ କମର୍ସିଆଲ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଛନ୍ତି । ୧୯ କେଜି କମର୍ସିଆଲ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ୨୦୯ ଟଙ୍କା ବୃଦ୍ଧି କରିଛି କମ୍ପାନୀ। ଏହି ନୂଆ ଦର (ଅକ୍ଟୋବର ୧) ଆଜି ଠାରୁ ଲାଗୁ ହୋଇଛି । ନୂଆ ଦର ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ଗ୍ୟାସ ଦର ୧୭୩୧ ଟଙ୍କା ୫୦ ପଇସାରେ ପହଞ୍ଚିଛି।

କୋଲକାତାରେ କୋଲକାତାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୩. ୫୦ ଟଙ୍କା ବୃଦ୍ଧି ପାଇଛି । ଏଠାରେ କମର୍ସିଆଲ ଗ୍ୟାସ୍  ସିଲିଣ୍ଡରର ଦର ୧୬୩୬.୦୦ ଟଙ୍କା ବଦଳରେ ୧୮୩୯.୫୦ ପଇସା ରହିଛି । ସେହିପରି ମୁମ୍ବାଇରେ ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟରେ ୨୦୪ ଟଙ୍କା ବୃଦ୍ଧି ହୋଇଛି । ଏବଂ ବର୍ତ୍ତମାନ ଏହାର ମୂଲ୍ୟ ସିଲିଣ୍ଡର ପିଛା ୧୪୮୨ ଟଙ୍କାରୁ ୧୬୮୪ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି, ଚେନ୍ନାଇରେ କମର୍ସିଆଲ ଗ୍ୟାସ୍ ଦର ୨୦୩ ଟଙ୍କା ବୃଦ୍ଧି ପାଇଛି। ଏହାର ଦର ପୂର୍ବରୁ ୧୬୯୫ ଥିବା ବେଳେ ବର୍ତ୍ତମାନ ୧୮୯୮ରେ ପହଞ୍ଚିଛି।

ସୂଚନାଯୋଗ୍ୟ ଯେ, ଏକ ମାସ ପୂର୍ବରୁ ସରକାର ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟକୁ ୨୦୦ ଟଙ୍କା ହ୍ରାସ କରିଥିଲେ। ଏହା ପରେ, ଅକ୍ଟୋବର ୧ ରେ ଘରୋଇ ଏଲପିଜି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।  ୧୪.୨୦ କେଜିର ଘରୋଇ ଗ୍ୟାସ ସିଲିଣ୍ଡର ଦାମ ଦିଲ୍ଲୀରେ ୯୦୩ ଟଙ୍କା ଥିବା ବେଳେ , କୋଲକାତାରେ ୯୨୮ ଟଙ୍କା, ମୁମ୍ବାଇରେ ୯୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୯୧୮.୫୦ ଟଙ୍କା ରହିଛି।

ଗତମାସରେ ତୈଳ କମ୍ପାନୀ ଗୁଡିକ ଘରୋଇ ଓ କମର୍ସିଆଲ ଗ୍ୟାସ୍ ସିଲିଣ୍ତର ଦର ହ୍ରାସ କରିଥିଲେ। ଗତ ମାସରେ ୧୯ କେଜି ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରାଯାଇଥିଲା। ଏହା ପରେ ରାଜଧାନୀ ଦିଲ୍ଲୀରେ ଏହାର ମୂଲ୍ୟ ୧୫୨୨ ଟଙ୍କାରେ ପହଞ୍ଚିଥିଲା। ତେବେ, ଆମେ ଏଠାରେ ସୂଚନା ଦେବାକୁ ଚାହୁଁଛୁ ଯେ, କମର୍ସିଆଲ ଗ୍ୟାସ୍ ଦର ବୃଦ୍ଧି ହେବା ଯୋଗୁଁ ହୋଟେଲ୍ ଓ ରେସ୍ତୋରାଁରେ ଖାଇବା ସବୁ ମହଙ୍ଗା ହୋଇପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking