24.1 C
Bhubaneswar
Sunday, October 20, 2024
Homeଓଡିଶାଆପର୍ଟମେଣ୍ଟ ଓ ମେଡିକାଲରେ ପଶି ଛାତ୍ର ଚଳାଇଲା ଗୁଳି: ୩ମୃତ

ଆପର୍ଟମେଣ୍ଟ ଓ ମେଡିକାଲରେ ପଶି ଛାତ୍ର ଚଳାଇଲା ଗୁଳି: ୩ମୃତ

ନେଦରଲାଣ୍ଡ: ନେଦରଲାଣ୍ଡର ଏକ ଡାକ୍ତରଖାନାରେ ଗୁରୁବାର ଦିନ ଗୁଳି କାଣ୍ଡରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଗୁଳି ମାଡରେ ଜଣେ ୧୪ ବର୍ଷ ନାବାଳିକା ସମେତ ୩ଜଣଙ୍କର ମୃତ୍ୟୁ ହୋଇଛି । ଏହି ଭୟଙ୍କର ଗୁଳି କାଣ୍ଡ ନେଦରଲାଣ୍ଡର ରୋଟରଡାମ ଇରାସମସ୍ ମେଡିକାଲରେ ଘଟିଛି । ଅଚାନକ ଗୁଳିଶବ୍ଦ ଶୁଣିବା ପରେ ମେଡିକାଲ ଭିତରେ ଥିବା ରୋଗୀ, ତାଙ୍କ ସଂପର୍କୀୟ ଓ ମେଡିକାଲ କର୍ମଚାରୀ ଜୀବନ ବଞ୍ଚାଇବାକୁ ମେଡିକାଲ ବାହାରକୁ ବାହାରିବାକୁ ଚେଷ୍ଟା କରୁଥିଲେ ତ କିଛି ଲୋକ ନିଜ ନିଜ ରୁମର କବାଟ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ ।

ସ୍ଥାନୀୟ ପୋଲିସଙ୍କ କହିବା ମୁତାବକ୍ ଏହିପରି ହୃଦୟ ଥରିଲା ଭଳି କାଣ୍ଡ ଜଣେ ୩୨ ବର୍ଷୀୟ ଛାତ୍ର ଘଟାଇଛି । ଗୁଳିକାଣ୍ଡ ଘଟାଇଥିବା ଛାତ୍ରକୁ ସ୍ଥାନୀୟ ପୋଲିସ ଗିରଫ କରିଛି । କିଛି ବିଶେଷ କାରଣ ଦୃଷ୍ଟିରୁ ଛାତ୍ର ଜଣଙ୍କର ପରିଚୟ ପ୍ରକାଶ କରାଯାଇନାହିଁ । ସେପେଟ କେଉଁ କାରଣରୁ ଏଭଳି ଅମାନୁଷିକ କାଣ୍ଡ ଘଟାଇଲା ତାହା ଉପରେ ସ୍ଥାନୀୟ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking