25.1 C
Bhubaneswar
Monday, October 21, 2024
Homeଓଡିଶାମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଗଜପତି: ଗଜପତି ଜିଲ୍ଲା ଅଡବାରେ ଚାଞ୍ଚଲ୍ୟ । ଗତକାଲି ରାତିରେ ଦୁବୃତ୍ତମାନେ ଘରେ ପଶି ଦୁଇଜଣଙ୍କୁ ହତ୍ୟା କରିଛନ୍ତି । ଦୁର୍ବତ୍ତମାନେ କପିଳେନ୍ଦ୍ର ମଲ୍ଲିକଙ୍କ ଘରେ ପଶି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଖବର ପାଇ ତାଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକ ଘରକୁ ଯାଉଥିବା ବେଳେ ତାଙ୍କୁ ମଧ୍ୟ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ ।

ଆକ୍ରମଣ ପରେ ସ୍ୱାମୀ, ସ୍ତ୍ରୀ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି । ଗତ ଫେବୃୟାରୀ ମାସରେ ମଧ୍ୟ କପିଳେନ୍ଦ୍ରଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଗୁଣିଗାରେଡି ସନ୍ଦେହରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଥିଲା । କେଉଁ କାରଣ ପାଇଁ ଦୁର୍ବତ୍ତମାନେ ଦୁଇଜଣଙ୍କୁ ହତ୍ୟା କରିଛନ୍ତି ସେ ସମ୍ପର୍କରେ ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking