28.1 C
Bhubaneswar
Tuesday, July 15, 2025
Homeଖେଳଏସୀୟ କ୍ରୀଡ଼ା: ବନ୍ଧୁକ ଚାଳନାରେ ସ୍ବର୍ଣ୍ଣ ପଦକ ଜିଣିଲା ଭାରତ

ଏସୀୟ କ୍ରୀଡ଼ା: ବନ୍ଧୁକ ଚାଳନାରେ ସ୍ବର୍ଣ୍ଣ ପଦକ ଜିଣିଲା ଭାରତ

ହାଙ୍ଗ୍‌ଚୌ: ଚୀନ୍‌ର ହାଙ୍ଗ୍‌ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଦ୍ବିତୀୟ ଦିବସରେ ଆଜି ବନ୍ଧୁକ ଚାଳନା ପ୍ରତିଯୋଗିତାରେ ‘ଭାରତୀୟ ପୁରୁଷଙ୍କ ୧୦ ମିଟର୍‌ଏୟାର୍‌ ରଇଫଲ୍‌ ଟିମ୍‌’ ବିଶ୍ବ ରେକର୍ଡ ସ୍କୋର୍‌ କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି। ଚଳିତ ଏସୀୟ କ୍ରୀଡ଼ାରେ ଏହା ହେଉଛି ଭାରତ ଜିଣିଥିବା ପ୍ରଥମ ସ୍ବର୍ଣ୍ଣ ପଦକ। ଭାରତୀୟ ଟିମ୍‌ର ବିଶ୍ବ ଚାମ୍ପିୟନ୍‌ ରୁଦ୍ରାଂଶ ବ‌ାଲାସାହିବ ପାଟିଲ୍‌, ଅଲିମ୍ପିକ୍‌ ଖେଳାଳି ଦିବ୍ୟାଂଶ ପାନ୍‌ୱାର୍‌ ଓ ଐଶ୍ବରୀ ପ୍ରତାପ ସିଂହ ତୋମାର୍‌ ଯୋଗ୍ୟତା ପର୍ଯ୍ୟାୟ ବା ‘କ୍ବାଲିଫିକେସନ୍‌ ରାଉଣ୍ଡ୍‌’ରେ ୧୮୯୩.୭ ପଏଣ୍ଟ୍‌ ସ୍କୋର୍‌ କରି ଚୀନ୍‌ ସ୍ଥାପନ କରିଥିବା ୧୮୯୩.୩ ସ୍କୋର୍‌ବିଶିଷ୍ଟ ବିଶ୍ବ ରେକର୍ଡ ଭଙ୍ଗ କରିଛନ୍ତି। ପ୍ରାୟ ମାସେ ପୂର୍ବେ ଆଜର୍‌ ବୈଜାନ୍‌ର ବାକୁରେ ଆୟୋଜିତ ‌‘ୱାର୍ଲଡ୍‌ ଚାମ୍ପିୟନ୍‌ସିପ୍‌’ରେ ଚୀନାମ‌ାନେ ଏହି ରେକର୍ଡ ସୃଷ୍ଟି କରିଥିଲେ। ଆଜିର ଏହି ପ୍ରତିଯୋଗିତାରେ ରୁଦ୍ରାଂଶ ୬୩୨.୫, ତୋମାର୍‌ ୬୩୧.୬ ପାନ୍‌ୱାର୍‌ ୬୨୯.୬ ପଏଣ୍ଟ୍‌ ସ୍କୋର୍‌ କରି ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି। ଏଥିରେ ୧୮୯୦.୧ ପଏଣ୍ଟ୍‌ ସ୍କୋର୍‌ କରି ଦକ୍ଷିଣ କୋରିଆ ଦ୍ବିତୀୟ ଟିମ୍‌ ଭାବେ ରୌପ୍ୟ ପଦକ ଓ ୧୮୮୮.୨ ପ‌ଏଣ୍ଟ୍‌ ସ୍କୋର୍‌ କରି ତୃତୀୟ ସ୍ଥାନରେ ଥିବା ଚୀନ୍‌ କାଂସ୍ୟ ପଦକ ହାସଲ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking