28.1 C
Bhubaneswar
Friday, November 22, 2024
Homeଅପରାଧଛି, ପୁଣି କଳଙ୍କ! ୯ ବର୍ଷର ଛାତ୍ରୀକୁ ଦୁର୍ଷ୍କମ କଲା ଶିକ୍ଷକ

ଛି, ପୁଣି କଳଙ୍କ! ୯ ବର୍ଷର ଛାତ୍ରୀକୁ ଦୁର୍ଷ୍କମ କଲା ଶିକ୍ଷକ

ନୂଆଦିଲ୍ଲୀ: ପୁଣି ଲଜ୍ଜ୍ୟା । ୯ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ତାହା ପୁଣି ଭବିଷ୍ୟତ ଗଢ଼ୁଥିବା ଶିକ୍ଷକଙ୍କ ନାଁରେ ହୋଇଛି । ଏଭଳି ଏକ ଲଜ୍ଜ୍ୟାଜନକ ଖବର ଉତ୍ତରପ୍ରଦେଶ ମୁଜାଫରନଗର ଜିଲ୍ଲାରୁ ସାମ୍ନାକୁ ଆସିଛି । ଘଟଣାଟି ଶନିବାର ବୁଢ଼ାନା କୋତୱାଲୀ ସ୍ଥିତ ଏକ ମସଜିଦ୍‌ଠାରେ  ଘଟିଥିଲା ବେଳେ ସଠାରେ ମଦରସାରେ ପଢ଼ୁଥିବା ଜଣେ ୯ ବର୍ଷର ନାବାଳିକାକୁ ସ୍ଥାନୀୟ ଅଞ୍ଚଳର ହାପିଜ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯାଗ କରାଯାଇଛି । ପ୍ରଥମେ ଛାତ୍ରୀ ଜନକ ପାଠ ପଢ଼ିବା ପାଇଁ ମଦରସା ଆସିଥିଲା ବେଳେ ହାପିଜ ତାଙ୍କ ସହ କୁକର୍ମ କରିଥିଲା । ଏହା ପରେ ଗୁରୁତର ଭାବେ ଛାତ୍ରୀ ଜଣକ ସେଠାରୁ କୌଣସି ପ୍ରକାରେ ଖସିଯାଇ ଘରେ ପହଂଚି ପରିବାର ସମ୍ମୁଖରେ ଘଟଣା ବିଷରେ ବର୍ଣ୍ଣନା କରିଥିଲେ ।

ଏହାପରେ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ହାଫିଜଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିି କରି ଥାନା ପକ୍ଷରୁ ହାଫିଜଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଏହି ଘଟଣାରେ ପୋଲିସ ହାଫିଜ ଇରଫାନଙ୍କ ବିରୋଧରେ ଧାରା ୩୭୬ ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରିଛି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାକୁ ନେଇ ସିଓ ଫୁଗାନା ଯତେନ୍ଦ୍ର ନାଗର କହିଛନ୍ତି, ଯେ ବୁଦ୍ଧାନା ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଆସିଥିଲା । ଯେଉଁଥିରେ ପରିବାର ସଦସ୍ୟ କହିଥିଲେ ଯେ ତାଙ୍କ ୯ ବର୍ଷର ଝିଅକୁ ସ୍ଥାନୀୟ ଅଞ୍ଚଳର ଶିକ୍ଷକ ହାଫିଜଙ୍କ ଦ୍ୱାରା ଦୁଷ୍କର୍ମ କରାଯାଇଥିଲା । ଏହା ପରେ ଏକ ମାମଲା ରୁଜୁ ହେବା ସହ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଥିଲା । ଏହା ପରେ ଘଟଣାର ପୁନ୍‌ଖାନୁପୁଙ୍ଖ ତଦନ୍ତ ସହ ହାଫିଜକୁ ଶୀଘ୍ର ଗିରଫ କରାଯିବାକୁ ଛାନଭିନ୍ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking