ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ଟାଇଫସ ଆତଙ୍କ। ପୁଣି ଚିନ୍ତାବଢାଉଛି ସ୍କ୍ରବ ଟାଇଫସ। ଆଜି ପୁଣି ୬ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୦୬ରେ ପହଞ୍ଚିଛି। ଗତକାଲି ୪୫ ଟି ରକ୍ତ ନମୁନା ପରୀକ୍ଷା ପରେ ୬ ଆକ୍ରାନ୍ତ ଥିବା ସୂଚନା ମିଳିଛି।
ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ୨୦୬ ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ଷ ଆରମ୍ଭରୁ ଜିଲ୍ଲାରେ ଦେଖା ଦେଇଥିବା ସ୍କ୍ରବ ଟାଇଫସ ଥମିବା ବଦଳରେ ମାଡ଼ି ଚାଲିଛି। ଏଥିରେ ସଂକ୍ରମିତଙ୍କ ସଂଖ୍ୟା ୨୦୦ ଟପିଥିବା ବେଳେ ଗତ ୪ ଦିନରେ ଚିହ୍ନଟ ହୋଇଛନ୍ତି ୨୫ ଆକ୍ରାନ୍ତ। ଫରେ ଲୋକଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳିଯାଇଛି। ମାତ୍ର ଏଥିରେ ଆତଙ୍କିତ ନ ହେବା ଲାଗି ଲୋକଙ୍କୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।