ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ଉପକଣ୍ଠସ୍ଥ ୪ ନମ୍ବର ଜାତୀୟ ରାଜପଥରେ ସୋମବାର ଭୋର ୪ଟା ୩୦ ମିନିଟରେ ଗୋଟିଏ ଦ୍ରୁତଗାମୀ କାର୍ ରୋଡ୍ ଡିଭାଇଡରରେ ପିଟିହେବାରୁ ୩ ଜଣ ପ୍ରାଣ ହରାଇଛନ୍ତି । ଗୁରୁତର ଆହତ ଅନ୍ୟ ୨ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡ୍ରାଇଭରକୁ ନିଦ ଲାଗିଥିବାରୁ ସମ୍ଭବତଃ କାର୍ଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି ।