31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶସସେକ୍ସ କ୍ୟାପ୍‌ଟେନ୍ ପୂଜାରା ଗୋଟିଏ ମ୍ୟାଚ୍‌ରୁ ସସ୍‌ପେଣ୍ଡ୍‌

ସସେକ୍ସ କ୍ୟାପ୍‌ଟେନ୍ ପୂଜାରା ଗୋଟିଏ ମ୍ୟାଚ୍‌ରୁ ସସ୍‌ପେଣ୍ଡ୍‌

ଲଣ୍ଡନ:  ଚଳିତ କାଉଣ୍ଟ ଚାମ୍ପିଅନ୍‌ଶିପ୍‌ରେ ସସେକ୍ସ କ୍ରିକେଟ୍ କ୍ଲବ୍ ଉପରେ ୧୨ ପଏଣ୍ଟ୍‌ର ପେନାଲ୍ଟି ଲାଗିଛି । ଫଳରେ ଏହାର କ୍ୟାପ୍‌ଟେନ୍ ଚେତେଶ୍ୱର ପୂଜାରାଙ୍କୁ ଗୋଟିଏ ମ୍ୟାଚ୍‌ରୁ ସସ୍‌ପେଣ୍ଡ୍ କରାଯାଇଛି । ଟିମ୍ ଇଣ୍ଡିଆ ବ୍ୟାଟର୍ ପୂଜାରା ଏବେ ଇଂଲଣ୍ଡରେ କାଉଣ୍ଟି ଚାମ୍ପିଅନ୍‌ଶିପ୍ ଖେଳୁଛନ୍ତି ଏବଂ ସସେକ୍ସ ଟିମ୍‌ର ନେତୃତ୍ୱ ନେଉଛନ୍ତି । ସସେକ୍ସ ଚଳିତ ବର୍ଷ ଏପ୍ରିଲ୍‌ରେ ପୂଜାରାଙ୍କୁ କ୍ୟାପ୍‌ଟେନ୍ ଘୋଷଣା କରିଥିଲା । ଖେଳାଳିଙ୍କ ଦୁର୍ବ୍ୟବହାର କାରଣରୁ ସସେକ୍ସ ଉପରେ ଏହି ୧୨ ପଏଣ୍ଟ୍‌ର ପେନାଲ୍ଟି ଲାଗିଛି ଏବଂ ପୂଜାରା ଟିମ୍‌ର କ୍ୟାପ୍‌ଟେନ୍ ଥିବାରୁ ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ସସ୍‌ପେଣ୍ଡ୍ ହେବାକୁ ପଡ଼ିଛି । ଇଂଲଣ୍ଡ୍ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହାର ସୂଚନା ଦେଇଛି ।

ଇନ୍‌ସ୍ୟୁରାନ୍ସ କାଉଣ୍ଟ୍ ଚାମ୍ପିଅନ୍‌ଶିପ୍‌ରେ ଖେଳାଳିଙ୍କ ବ୍ୟବହାରକୁ ନେଇ ଇସିବି କଡ଼ା ନିୟନ୍ତ କରିଛି । ସସେକ୍ସ ଉପରେ ଚଳିତ ସିଜନ୍‌ରେ ଚାରିଥର ଫିକ୍ସଡ୍ ପେନାଲ୍ଟି ଲାଗିଛି । ଇସିବି ନିୟମାନୁସାରେ ଏପରି ହେଲେ କ୍ୟାପ୍‌ଟେନ୍‌କୁ ବ୍ୟାନ୍ କରାଯାଇଥାଏ । ସସେକ୍ସ ଏହାକୁ ଚ୍ୟାଲେଞ୍ଜ୍ ନକରି ଦଣ୍ଡ ସ୍ୱକାର କରିନେଇଛି । ଇସିବି ବୟାନ ଅନୁସାରେ ସେପ୍ଟେମ୍ବର ୧୩ରେ ଲିସେଷ୍ଟରଶାୟାର୍ ବିପକ୍ଷରେ ଦୁଇଟି ଅତିରିକ୍ତ ଫିକ୍ସଡ୍ ପେନାଲ୍ଟି କାରଣରୁ ସସେକ୍ସକୁ ଏହି ଦଣ୍ଡ ଦିଆଯାଇଛି । ଏହି ମ୍ୟାଚ୍ ପୂର୍ବରୁ ସସେକ୍ସ ଖାତାରେ ଦୁଇଟି ଫିକ୍ସଡ୍ ପେନାଲ୍ଟି ମଧ୍ୟ ଥିଲା । ଗତ ମ୍ୟାଚ୍‌ରେ ଲିସେଷ୍ଟର୍‌ଶାୟାର୍ ବିପକ୍ଷରେ ଟିମ୍‌ର ତିନିଜଣ ଖେଳାଳି ଟମ୍ ହେନ୍ସ, ଜ୍ୟାକ୍ କାର୍ସନ୍ ଓ ଏରି କାରଭେଲସ୍‌ଙ୍କ ବ୍ୟବହାର ପାଇଁ ଟିମ୍‌କୁ ଏହି ଦଣ୍ଡ ମିଳିଛି ।

ଏହି କାରଣରୁ ଟିମ୍‌କୁ ଗୋଟିଏ ସିଜନ୍‌ରେ ୪ଟି ପେନାଲ୍ଟି ମିଳିଥିଲା । ଏହା ବ୍ୟତୀତ ଟିମ୍‌ର ୧୨ ପଏଣ୍ଟ୍ ମଧ୍ୟ କାଟି ଦିଆଯାଇଛି ଏବଂ କ୍ୟାପ୍‌ଟେନ୍ ପୂଜାରାଙ୍କୁ ଗୋଟିଏ ମ୍ୟାଚ୍ ନିଲମ୍ବିତ କରାଯାଇଛି । ଟମ୍ ଓ ଜ୍ୟାକ୍‌ଙ୍କୁ ଡର୍ବଶାୟାର୍ ବିପକ୍ଷ ଟିମ୍‌ରେ ମଧ୍ୟ ସ୍ଥାନ ମିଳିବ ନାହିଁ । ଟମ୍‌ର ମୁଖ୍ୟ କୋଚ୍ ପଲ୍ ଫାର୍‌ବ୍ରେସ୍ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking