27.1 C
Bhubaneswar
Monday, May 26, 2025
Homeଦେଶ ବିଦେଶଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍‌

ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍‌କୁ ଆଜି ଲୋକସଭାରେ ଆଗତ କରିଛନ୍ତି କେନ୍ଦ୍ର ସରକାର। ଆଜି ପବିତ୍ର ଗଣେଶ ପୂଜାରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ନୂଆ ବିଲଡିଂରେ ଆରମ୍ଭ ହୋଇଛି। ଏହି ସମୟରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌କୁ ଆଗତ କରିଛନ୍ତି। ମହିଳାମାନଙ୍କୁ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ସଂରକ୍ଷଣ ଦେବାକୁ ଏହି ବିଲ୍‌ରେ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

କେନ୍ଦ୍ର ସରକାର ଏହି ବିଲ୍‌ର ନାଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ରଖିଛନ୍ତି। ମେଘୱାଲ ବିଲ୍‌ ଉପସ୍ଥାପନ କରିବା ବେଳେ ବିରୋଧୀ ହଟ୍ଟଗୋଳ କରିଥିଲେ। ଶ୍ରେୟ ନେବାକୁ ସରକାର ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ବିଲ୍‌କୁ ସର୍ବସମ୍ମତିକ୍ରମେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଦଳର ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ମହିଳା ସଂରକ୍ଷଣ ବିଲ ପାରିତ କରିବାକୁ ଭଗବାନ ମୋତେ ଦାୟିତ୍ୱ ଦେଇଛନ୍ତି।

ନାରୀ ଶକ୍ତି ବନ୍ଦନ ଅଧିନିୟମ ବଳରେ ଅଧିକରୁ ଅଧିକ ମହିଳା ଲୋକସଭା ଓ ବିଧାନସଭାର ସଦସ୍ୟ ହୋଇପାରିବେ। ଦେଶର ବିକାଶରେ ଅଧିକରୁ ଅଧିକ ମହିଳା ସାମିଲ ହୁଅନ୍ତୁ ବୋଲି ଆମେ ଚାହୁଁଛୁ। ମହିଳା ନେତୃତ୍ୱାଧୀନ ଦେଶର ବିକାଶକୁ ପୂରା ବିଶ୍ୱ ସ୍ୱୀକୃତି ଦେଇଛି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking