କଳାହାଣ୍ଡି: ମଙ୍ଗଳବାର କାଲାହାଣ୍ଡି ଜିଲ୍ଲାର ଜୁନାଗଡ ଅଞ୍ଚଳରେ ଅଘଟଣ। ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି।
କଳାହାଣ୍ଡି: ମଙ୍ଗଳବାର କାଲାହାଣ୍ଡି ଜିଲ୍ଲାର ଜୁନାଗଡ ଅଞ୍ଚଳରେ ଅଘଟଣ। ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି।
ସୂଚନା ଅନୁସାରେ ଜିଲ୍ଲାର ଜୁନଗଡ଼ ବ୍ଲକ ଅନ୍ତର୍ଗତ ଦସିଗାଁ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂତ୍ରରୁ ପ୍ରକାଶ ଯେ ଥୁଆମୁଳ ରାମପୁର ବ୍ଲକରୁ ଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋରିକ୍ସା ଜୁନାଗଡ ଅଭିମୁଖେ ଯାଉଥିଲା। ଏହି ସମୟରେ ସାମ୍ନାପଟୁ ଏକ ଟ୍ରକ ଆସି ଚିକିଲି ଛକରେ ଅଟୋକୁ ଧକ୍କା ମାରିଥିଲା। ଅଟୋରେ ଡ୍ରାଇଭର ସମେତ ୯ ଜଣ ଗୁରୁତର ଆହତ ହୋଇଥିଲେ।
ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରାଗଲା। ଗୁରୁତର ଆହତଙ୍କ ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଥିବା ବେଳେ ବାକି ଗୁରୁତର ଆହତଙ୍କର ଚିକିତ୍ସା ଜାରି ରହିଛି। ତେବେ ପୀଡିତମାନଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Onakhabar.com is the official website of Odisha News Agency. For news related queries please email us.
Contact us: onakhabara@gmail.com
© 2021 onakhabar.com. All rights reserved.