ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଲକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜୀ । ମହିଳା ସଂରକ୍ଷଣ ବିଲ ନେଇ ବୟାନ ରଖିଛନ୍ତି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ । କହିଛନ୍ତି, ଏହି ବିଲ୍ କଂଗ୍ରେସ ଆଣିଥିଲା, ଏହା ଆମର । ଆଜି ସଂସଦର ସ୍ୱତନ୍ତ୍ର ଅଧିବେସନ ପାଇଁ ସଂସଦରେ ପହଞ୍ଚିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ସୋନିଆ । ଐତିହାସିକ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ଏବେ ଚାଲିଥିବା ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥାପିତ ହୋଇପାରେ ଏହି ବିଲ୍ ।
ମହିଳା ସଂରକ୍ଷଣ କ୍ଷେତ୍ରରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର କ୍ୟାବିନେଟ୍ । ମହିଳା ସଂରକ୍ଷଣ ବିଲ୍କୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର କ୍ୟାବିନେଟ୍ । ବିଲକୁ ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥାପନ କରାଯିବ । ଆଜି କିମ୍ବା ବୁଧବାର ଲୋକସଭାରେ ଏହି ବିଲକୁ ଆଗତ କରିପାରନ୍ତି ସରକାର । ବିଲ ପାସ ହୋଇପାରିଲେ ସଂସଦର ଉଭୟ ଗୃହ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ହୋଇପାରିବ । ରବିବାର ବସିଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ।