ରାଞ୍ଚି : ଝାଡ଼ଖଣ୍ଡର ଧାନବାଦ ସୋମବାର ଅତଡା ଖସି ୩ ଜଣ ମହିଳା ପ୍ରାଣ ହରାଇଛନ୍ତି । ସୂଚନାଯୋଗ୍ୟ ଏହି ମହିଳାଙ୍କ ଘରେ ଶୌଚାଳୟ ନଥିବାରୁ ସେମାନେ ନିତ୍ୟକର୍ମ ଶେଷ କରିବାକୁ ନିକଟସ୍ଥ କୋଇଲା ଖଣି ପରିସରକୁ ଯାଇଥିଲେ ।
ଏହି ସମୟରେ କୋଇଲାସ୍ତୂପ ହଠାତ୍ ଭୁଶୁଡି ପଡିବାରୁ ଜଣେ ମହିଳା ପୋତିହୋଇପଡିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ମହିଳା ମଧ୍ୟ ସମଦଶା ଭୋଗିଥିଲେ । ଧ୍ୱଂସସ୍ତୂପ ତଳୁ ମୃତଦେହ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ତେବେ କୋଇଲା ଖଣି କର୍ତ୍ତୃପକ୍ଷଙ୍କ ଏଭଳି ଦାୟିତ୍ୱହୀନତାକୁ ସ୍ଥାନୀୟ ଲୋକେ ସମାଲୋଚନା କରିଛନ୍ତି ।