26.1 C
Bhubaneswar
Wednesday, January 15, 2025
Homeଓଡିଶାଫାୟାରମ୍ୟାନ୍ ନିଯୁକ୍ତିରେ ବୟସସୀମା କୋହଳ ମାମଲା; ଆଶାୟୀଙ୍କୁ ପରୀକ୍ଷା ସୁଯୋଗ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଫାୟାରମ୍ୟାନ୍ ନିଯୁକ୍ତିରେ ବୟସସୀମା କୋହଳ ମାମଲା; ଆଶାୟୀଙ୍କୁ ପରୀକ୍ଷା ସୁଯୋଗ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଫାୟାରମ୍ୟାନ ନିଯୁକ୍ତି ମାମଲାର ଶୁଣାଣି ଆଜି ହାଇକୋର୍ଟରେ ହୋଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ନିଯୁକ୍ତି ନିମନ୍ତେ ପ୍ରକାଶିତ ବିଜ୍ଞପ୍ତିରେ ବୟସ ସୀମା କୋହଳ କରାଯାଇ ନଥିବାରୁ ବହୁ ଆଶାୟୀ ବଞ୍ଚିତ ହୋଇଥିଲେ । ଏହାକୁ ବିରୋଧ କରି ଆବେଦନକାରୀ ହିରଣ୍ୟ କୁମାର ସାମଲ ଏବଂ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଚାରପତି ଶଶିକାନ୍ତ ମିଶ୍ର ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କ ସମେତ ନିଯୁକ୍ତି ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା ଆଶାୟୀଙ୍କୁ ପରୀକ୍ଷା ପାଇଁ ସୁଯୋଗ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଅଦାଲତଙ୍କ ଅନୁମତି ବିନା ପରୀକ୍ଷା ଫଳ ପ୍ରକାଶ ନକରିବାକୁ ଆଦେଶରେ ସ୍ପଷ୍ଟ କରିଛନ୍ତି । ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ୨୦୨୩ ଅଗଷ୍ଟ ୨୯ ତାରିଖରେ ୮୨୬ଟି ଆଗ୍ନିକ,୧୧୫ଟି ଆଗ୍ନିକ ଗାଡ଼ି ଚାଳକ ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ଆବେଦନକାରୀଙ୍କ ବୟସସୀମା କୋହଳ ନେଇ କୌଣସି ସୂଚନା ଦିଆଯାଇନଥିଲା ।

ସାଧାରଣ ବର୍ଗ ନିମନ୍ତେ ବୟସସୀମା ୧୮ରୁ ୨୫ ବର୍ଷ ରହିଥିଲା । ଏସସି, ଏସଟି ଓ ଅନ୍ୟମାନଙ୍କ ପାଇଁ ୫ ବର୍ଷ ଅଧିକ ବୟସସୀମା କୋହଳ ରହିଥିଲା । ଯେହେତୁ କୋଭିଡ଼୍ ମହାମାରୀ ସମୟରେ ନିଯୁକ୍ତି ନିମନ୍ତେ ପରୀକ୍ଷା ହୋଇନାହିଁ ତେଣୁ ସାଧାରଣ ବର୍ଗର ପିଲାମାନଙ୍କ ନିମନ୍ତେ ୨୫ ବର୍ଷରୁ ଅଧିକ ବୟସସୀମା କୋହଳ କରିବା କଥା । ମାତ୍ର ଏହା କରାନଯିବା ଦ୍ୱାରା ବହୁ ଆଶାୟୀ ନିଯୁକ୍ତି ପ୍ରକ୍ରିୟାରୁ ବଞ୍ଚିତ ରହିଥିଲେ । ସରକାର ମଧ୍ୟ ବୟସସୀମା କୋହଳ ନେଇ ନିୟମ ଆଣିଥିଲେ । ଯେଉଁଥିରେ ଆବେଦନକାରୀଙ୍କ ବୟସସୀମାକୁ ୩୨ ବର୍ଷରୁ ୩୮ ବର୍ଷ ପର୍ଯ୍ୟନ୍ତ କରିଥିଲେ । ମାତ୍ର ଏଠାରେ ତାହା କରାଯାଇ ନଥିବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ଆବେଦନକାରୀଙ୍କ ସମେତ ଅନ୍ୟମାନଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରାଜୀବ ରଥ ମାମଲା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking