24.1 C
Bhubaneswar
Saturday, October 26, 2024
Homeଅପରାଧଇରାନି ନାଁରେ ସାଙ୍ଘାତିକ ତଥ୍ୟ: ବିରିୟାନୀ ସହ ମଦ ଅଫର ଦେଇ କରୁଥିଲା ହନିଟ୍ରାପ୍‌

ଇରାନି ନାଁରେ ସାଙ୍ଘାତିକ ତଥ୍ୟ: ବିରିୟାନୀ ସହ ମଦ ଅଫର ଦେଇ କରୁଥିଲା ହନିଟ୍ରାପ୍‌

ଭୁବନେଶ୍ୱର: ଖୋଲୁଛି ଲେଡି ବ୍ଲାକମେଲର ଇରାନି ପାତ୍ରର ଗୁମର । ଦିନକୁ ଦିନ ସାମ୍ନାକୁ ଆସୁଛି ସହଯୋଗୀଙ୍କ କାରନାମା । କିଭଳି ହାଇପ୍ରୋଫାଇଲ ଲୋକଙ୍କୁ ଫସାଇବାକୁ ସେମାନେ ଷଡ଼ଯନ୍ତ୍ର ରଚୁଥିଲେ ସେନେଇ ସୁରାକ ମିଳିଛି । ତେବେ ଇରାନିର ଖାସ ସହଯୋଗୀ ଦେବାନନ୍ଦ ଜେନା ଓରଫ ଦିବାକୁ ଗିରଫ କରିଛି କମିଶନରେଟ ପୋଲିସ । ଦିବାର ଘର ତମାଣ୍ଡୋ ନାରଗଦା ଅଞ୍ଚଳରେ ହୋଇଥିବାବେଳେ ସେ ଇରାନିର ସ୍ୱାମୀ ନିଶିକାନ୍ତର ଅତି ନିକଟତର ବନ୍ଧୁ ହୋଇଥିବା ଜଣାପଡ଼ିଛି । ଏପରିକି ସେ ହୋଲସେଲ ବ୍ୟବସାୟୀଙ୍କୁ ଫସାଇବାରେ କିଭଳି ସହଯୋଗ କରିଥିଲା ସେହି କ୍ରାଇମ୍ ସିଣ୍ଡିକେଟର ଗୁମର ଫିଟିଛି । ଏନେଇ ତମାଣ୍ଡୋ ଥାନା ଅଧିକାରୀ ଏସ.କେ ଜେନା କହିଛନ୍ତି, “ଦିବାକର ଘର ତମାଣ୍ଡୋ ଅଞ୍ଚଳରେ । ପ୍ରଥମେ ସେ ବୁଲିବୁଲି ଅନେକ କଣ୍ଟ୍ରାକ୍ଟର, ବ୍ୟବସାୟୀଙ୍କ ବାବଦରେ ତଥ୍ୟ ଯୋଗାଡ କରୁଥିଲା ।

ପରେ ସେହି ସବୁ ଲୋକଙ୍କ ସୋସିଆଲ ମିଡ଼ିଆ ଆଇଡି ସଂଗ୍ରହ କରୁଥିଲା । ଫେସ୍ୱୁକ୍ ଆଇଡି, ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଓ ହ୍ୱାଟସ ଆପ୍ ନମ୍ବର ସବୁ ଯୋଗାଡ଼ କରୁଥିଲା ଦିବାକର । ପରେ ଇରାନି ତା’ର ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ସେମାନଙ୍କୁ ଫ୍ରେଣ୍ଡ୍ ରିକ୍ୱେଷ୍ଟ ବା ମେସେଜ କରି ବନ୍ଧୁତା ବଢ଼ାଉଥିଲା । ଏପରିକି ମିଠା ମିଠା କଥା କହି ସେମାନଙ୍କୁ ଫାଶରେ ପକାଇବାକୁ ଚେଷ୍ଟା କରୁଥିଲା । ସେ ଆହୁରି ମଧ୍ୟ କହିଛନ୍ତି, “ସେମାନଙ୍କୁ ନିଜ ମାୟାଜାଲରେ ଫସାଇ ଏକାନ୍ତରେ ସମୟ ବିତାଇବାକୁ ଅଫର୍ ଦେଉଥିଲା ଇରାନି । ଏକାନ୍ତରେ ବିରିୟାନି ଖାଇବା ଓ ମଦ ପିଇବାକୁ ଅଫର୍ ଦେଉଥିଲା । ଇରାନିର ଏକାନ୍ତରେ ପାର୍ଟି ଅଫରରେ ରାଜି ହେଉଯାଉଥିବା ଲୋକ ପରବର୍ତ୍ତୀ ସମୟରେ ତା’ର ବ୍ଲାକମେଲର ଶିକାର ହେଉଥିଲେ । ପରେ ଇରାନି ଭଡ଼ା ନେଇଥିବା ଡୁପ୍ଲେକ୍ସ କୋଠାକୁ ସେମାନଙ୍କୁ ଡକାଉଥିଲା ।

ଆଉ ସେଠାରେ ପୂର୍ବ ଯୋଜନା ମୁତାବକ, ଇରାନିର ସ୍ୱାମୀ ଓ ତା’ର ଅନ୍ୟ ଦୁଇ ସହଯୋଗୀ ଗଣେଶ ଓ ଗିରିଜା ଘର ବାହାରେ ଛକି ରହୁଥିଲେ । ଯେଉଁ ଲୋକ ଇରାନି ମାୟାଜାଲରେ ଫସି ସେଠାକୁ ଆସୁଥିଲେ ସେମାନଙ୍କୁ କାବୁ କରିନେଉଥିଲେ ସ୍ୱାମୀ ନିଶିକାନ୍ତ ଓ ଦୁଇ ସହଯୋଗୀ । ପରେ ସେମାନଙ୍କୁ ବନ୍ଧକ ରଖି ବ୍ଲାକମେଲ୍ ସହ ଟଙ୍କା ଡିମାଣ୍ଡ କରୁଥିଲେ । ଏପରିକି ଟଙ୍କା ନଦେଲେ ପର ସ୍ତ୍ରୀ ସହ ସମ୍ପର୍କ ରଖୁଥିବା କଥା ପରିବାରକୁ ଜଣାଇ ଦିଆଯିବ ବୋଲି ବ୍ଲାକମେଲ୍ କରୁଥିଲେ ଏହି ଗ୍ୟାଙ୍ଗ । ମୋବାଇଲରେ ଭିଡିଓ ରେକର୍ଡ କରି ଷଡ଼ଯନ୍ତ୍ରର ଶିକାର ହୋଇଥିବା ଲୋକଙ୍କୁ ଧମକ ଦିଆଯାଉଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି । ଏଥିରେ ଆହୁରି ଅନେକ ଲୋକ ଫସି ଥିବାବେଳେ ସେମାନେ ଲୋକଲଜ୍ଜା ଭୟରେ ପୋଲିସ ସାମ୍ନାକୁ ଆସିବାକୁ ଡରୁଥିବା ନେଇ ସନ୍ଦେହ କରୁଛି ପୋଲିସ । ତେବେ ପୋଲିସ ଇରାନିକୁ ଖୁବଶୀଘ୍ର ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି । ଅନ୍ୟପଟେ ଖାସ୍ ସହଯୋଗୀ ଦିବାକରକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking