34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଆଜି ପ୍ରଧାନମନ୍ତ୍ରୀ ‌ମୋଦୀଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଆଜି ପ୍ରଧାନମନ୍ତ୍ରୀ ‌ମୋଦୀଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୩ତମ ଜନ୍ମଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମନ୍ତ୍ରୀ ଓ ରାଜନେତାମାନେ ଶୁଭେଚ୍ଛା ଜଣାଇଛନ୍ତି। ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଏକ୍ସ୍‌’ କରିଛନ୍ତି: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

ମୋର ଶୁଭେଚ୍ଛା ‌ଏହି ଯେ, ନିଜ ଦୂରଦୃଷ୍ଟି ତଥା ସୁଦୃଢ଼ ନେତୃତ୍ବଦ୍ବାରା ଆପଣ ‘ଅମୃତ କାଳ’ରେ ଭାରତର ସମଗ୍ର ବିକାଶର ପଥ ପ୍ରଶସ୍ତ କରନ୍ତୁ। ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣ ସବୁବେଳେ ସୁସ୍ଥ ଓ ଆନନ୍ଦରେ ରୁହନ୍ତୁ ଓ ଆପଣଙ୍କ ଅପ୍ରତିମ ନେତୃତ୍ବ ବଳରେ ଦେଶବାସୀଙ୍କୁ ଲାଭବାନ କରୁଥାଆନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking