29.1 C
Bhubaneswar
Saturday, September 21, 2024
Homeଓଡିଶାବାଲେଶ୍ବର ଜିଲ୍ଲାରେ ସ୍କୁଲ ଗୁଡିକର ମଧ୍ୟାହ୍ନ ଭୋଜନ ଦାୟିତ୍ବ ନେବେ ଅଙ୍ଗନବାଡି ଦିଦି

ବାଲେଶ୍ବର ଜିଲ୍ଲାରେ ସ୍କୁଲ ଗୁଡିକର ମଧ୍ୟାହ୍ନ ଭୋଜନ ଦାୟିତ୍ବ ନେବେ ଅଙ୍ଗନବାଡି ଦିଦି

ବାଲେଶ୍ବର : ଗତ କିଛି ଦିନ ହେବ ପ୍ରାଥମିକ ସ୍କୁଲର ଶିକ୍ଷକମାନେ ୩ ଦଫା ଦାବି ନେଇ ଧାରଣାରେ ବସିଛନ୍ତି  । ଫଳରେ ଅନେକ ସ୍କୁଲରେ ତାଲା ଝୁଲୁଛି । ପିଲାମାନେ ସ୍କୁଲକୁ ଆସୁଛନ୍ତି ହେଲେ ଫେରି ଯାଉଛନ୍ତି  । ଫଳରେ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି  । ଯାହାକୁ ଦୃଷ୍ଟିରେ ରଖି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛନ୍ତି ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀ । ଏଥର ସ୍କୁଲ ଜଗିବେ ଅଙ୍ଗନୱାଡି ଦିଦି । ବାଲେଶ୍ୱର ଜିଲ୍ଲାରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡିକ ଯେମିତି ଠିକ୍ ସମୟରେ ଖୋଲିବ ଏବଂ  ମଧ୍ୟାହ୍ନ ଭୋଜନ ଚାଲୁ ରହିବ । ତାହା ଦେଖିବାକୁ ଅଙ୍ଗନୱାଡି କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା  ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ । ତେଣୁ ଯେଉଁ ସବୁ ଅଙ୍ଗନୱାଡି କେନ୍ଦ୍ର ସ୍କୁଲ ପରିସରରେ ରହିଛି ।  ସେହି ସ୍କୁଲ ଗୁଡିକ ଯେମିତି ଠିକ୍ ସମୟରେ ଖୋଲିବ ଓ ରୋଷେୟାଙ୍କ ଦ୍ୱାରା ପ୍ରସ୍ତୁତ ମଧ୍ୟାହ୍ନ ଭୋଜନ ପିଲାଙ୍କୁ ବଣ୍ଟା ହେବ ତାହା କୁ ତଦାରଖ କରିବେ ଅଙ୍ଗନବାଡି ଦିଦି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking