30.1 C
Bhubaneswar
Saturday, October 5, 2024
Homeଓଡିଶାବାଚସ୍ପତି ନିର୍ବାଚନକୁ ବିଜେପିର ବର୍ଜନ

ବାଚସ୍ପତି ନିର୍ବାଚନକୁ ବିଜେପିର ବର୍ଜନ

ନୂଆଁଖାଇରେ ଛୁଟି ନଦେଇ ପଶ୍ଚିମ ଓଡ଼ିଶାର ଭାବାବେଗ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର: ନାଉରୀ ନାୟକ

ସମ୍ବଲପୁର/ଭୁବନେଶ୍ୱର : ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ ଗଣପର୍ବ । ଏହି ପର୍ବକୁ ପଶ୍ଚିମଓଡ଼ିଶାର ଲୋକେ ଦୁଇଦିନ ପାଳନ କରିଥାନ୍ତି । ନୁଆଖାଇ ପର୍ବ ଓ ନୂଅଖାଇ ଭେଟ୍‌ଘାଟ୍ ପାଇଁ ଦୁଇଦିନ ଛୁଟି ହୋଇଥାଏ । ଦୁର୍ଭାଗ୍ୟର ବିଷୟ, ରାଜ୍ୟ ସରକାର ଏଥର ବାଚସ୍ପତି ନିର୍ବାଚନ ପାଇଁ ୧୮ତାରିଖରେ ନାମାଙ୍କନ ପତ୍ରର ଦାଖଲ ଓ ୨୧ତାରିଖରେ ବିଧାନସଭା ବୈଠକ ପାଇଁ ଘୋଷଣା କରିଛନ୍ତି । ନୂଆଖାଇ ପର୍ବ ୨୧ ତାରିଖରେ ହେଉଥିବା କାରଣରୁ ପଶ୍ଚିମ ଓଡିଶାର ବିଧାୟକମାନେ ନିଜ ନିଜ ଅଂଚଳ ଛାଡି ଭୁବନେଶ୍ୱର ଯିବା ସମ୍ଭବ ନୁହେଁ । ଏହା ସତ୍ୱେ ରାଜ୍ୟ ସରକାର ବିଧାନସଭା ଅଧିବେସନ ଆରମ୍ଭ କରୁଛନ୍ତି, ଯାହାକି ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ଉପହାସ ବୋଲି କହିବା ସହିତ ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ କାହିଁକି ବୋଲି ରାଜ୍ୟ ଉପସଭାପତି ତଥା ବିଧାୟକ ଶ୍ରୀ ନାଉରୀ ନାୟକ ପ୍ରଶ୍ନ କରିଛନ୍ତି ।
ଓଡିଶାରେ ଏବେ ଅଣଓଡ଼ିଆଙ୍କ ଶାସନ ଚାଲିଛି । ତେଣୁ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସେ କେମିତି ବୁଝିବେ । ନୂଆଁଖାଇ ପରଦିନ ବାଚସ୍ପତି ନିର୍ବାଚନ ଘୋଷଣା କରି ପଶ୍ଚିମ ଓଡ଼ିଶାର ଜନଭାବନା ପ୍ରତି ଆଘାତ ଦେଇଛନ୍ତି । ନୂଆଁଖାଇରେ ଛୁଟି ନଦେଇ ପଶ୍ଚିମଓଡ଼ିଶାର ଭାବାବେଗ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର । ନବୀନ ବାବୁଙ୍କୁ ପଶ୍ଚିମ ଓଡିଶାର ଗଣପର୍ବ “ନୂଆଁଖାଇ”କୁ ଗୁରୁତ୍ୱ କାହିଁକି ଦେଉନାହାନ୍ତି? ନୂଆଁଖାଇରେ ମଧ୍ୟ ରାଜ୍ୟ ସରକାର ଛୁଟି କାହିଁକି ଦେବେ ନାହିଁ? ନୂଆଖାଇ ପରଦିନ ତଥା ୨୧ତାରିଖରେ ବାଚସ୍ପତି ନିର୍ବାଚନ ହେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପରାମର୍ଶ କ୍ରମେ ତାକୁ ବିଜେପି ବିଧାୟକମାନେ ବର୍ଜନ କରିବ ବୋଲି ଶ୍ରୀ ନାଏକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking