34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଚଳିତ ବର୍ଷ ମଧ୍ୟ ଦୀପାବଳିରେ ବାଣ ଉପରେ ରହିବ ପ୍ରତିବନ୍ଧକ

ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଚଳିତ ବର୍ଷ ମଧ୍ୟ ଦୀପାବଳିରେ ବାଣ ଉପରେ ରହିବ ପ୍ରତିବନ୍ଧକ

ଦିଲ୍ଲୀ : ଦିଲ୍ଲୀରେ ପ୍ରତିବର୍ଷ ଦୀପାବଳି ସମୟରେ ବାୟୁ ପ୍ରଦୂଷିତ ହୋଇଥାଏ, ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳିରେ ବାଣ ଫୁଟାଇବା ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ରହିବ। କେଜ୍ରିଓ୍ଵାଲ ସରକାର ଘୋଷଣା କରିଛନ୍ତି ଯେ ଏ ବର୍ଷ ଦୀପାବଳିରେ କେହି ବାଣ ଫୁଟାଇବେ ନାହିଁ। ପରିବେଶ ମନ୍ତ୍ରୀ ଗୋପାଳ ରାୟଙ୍କ ମୁତାବକ, ଶୀତଦିନେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧିକୁ ନଜରରେ ରଖି ଏପରି ନିର୍ଣ୍ଣୟ ନିଆଯାଇଛି। ଗୋପାଳ ରାୟ କହିଛନ୍ତି, ଦିଲ୍ଲୀରେ ଶୀତଦିନେ ପ୍ରଦୂଷଣ ସ୍ତର ବଢ଼ିଯାଇଥାଏ। ଜାନୁୟାରୀରୁ ଅଗଷ୍ଟ ପର୍ଯ୍ୟନ୍ତ ଦିଲ୍ଲୀର ହାରାହାରି ଏକ୍ୟୁଆଇ କମ୍ ରହିଥାଏ, କିନ୍ତୁ ଶୀତ ବଢ଼ିବା ସହିତ ବାୟୁ ଅଧିକ ପ୍ରଦୂଷିତ ହେବାକୁ ଲାଗିଥାଏ। ଚଳିତ ବର୍ଷ ମଧ୍ୟ ଦିଲ୍ଲୀରେ ସମସ୍ତ ପ୍ରକାରର ବାଣ ତିଆରି, ବିକ୍ରି, ସଂରକ୍ଷଣ ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ। ସୂଚନାଥାଉ କି, ୨୦୨୧ ସେପ୍ଟେମ୍ବର ୨୮ରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦିଲ୍ଲୀରେ ବାଣ ତିଆରି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଥିଲା। ଗତ ବର୍ଷ ମଧ୍ୟ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ମନ୍ତ୍ରୀ କହିଛନ୍ତି, ଦିଲ୍ଲୀର ପ୍ରଦୂଷଣ ହଟସ୍ପଟ୍ ଅଞ୍ଚଳର ମନିଟରିଂ କରାଯାଉଛି। ଏହା ସହିତ ଶୀତକାଳୀନ ଆକ୍ସନ ପ୍ଲାନ୍‌ ମଧ୍ୟ ଲାଗୁ କରାଯିବ। କହି ରଖୁଛୁ, ୨୦୧୮ ଅକ୍ଟୋବର ୨୩ରେ ସୁପ୍ରିମକୋର୍ଟ ସବୁଜ ବାଣ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking