21.1 C
Bhubaneswar
Friday, November 15, 2024
Homeଦେଶ ବିଦେଶଟ୍ରେନର ସୁରକ୍ଷାକୁ ବଢ଼ାଇବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବେସଡ୍‌ ଡିଭାଇସ, ଡ୍ରାଇଭର ଶୋଇଲେ ଲାଗିବ ଏମର୍ଜେନ୍ସି ବ୍ରେକ

ଟ୍ରେନର ସୁରକ୍ଷାକୁ ବଢ଼ାଇବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବେସଡ୍‌ ଡିଭାଇସ, ଡ୍ରାଇଭର ଶୋଇଲେ ଲାଗିବ ଏମର୍ଜେନ୍ସି ବ୍ରେକ

ବ୍ୟୁରୋ : ରେଳବାଇ ଖୁବ୍ ଶୀଘ୍ର ଏକ ଡିଭାଇସ ଆଣିବାକୁ ଯାଉଛି, ଯାହା ଟ୍ରେନର ସୁରକ୍ଷାକୁ ଆହୁରି ବଢ଼ାଇବ । ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ ଏପରି ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବେସଡ୍‌ ଡିଭାଇସ୍‌ ପ୍ରସ୍ତୁତ କରୁଛି, ଯାହା ଡ୍ରାଇଭର ଶୋଇବା ସମୟରେ ସ୍ୱୟଂଚାଳିତ ଭାବେ ଏମର୍ଜେନ୍ସି ବ୍ରେକ୍ ଲଗାଇବ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଏଆଇ ବେସଡ୍‌ ଡିଭାଇସ୍‌ ଡ୍ରାଇଭରର ଅଳସୁଆପଣକୁ ଜାଣି ପାରିଥାଏ ଏବଂ ତୁରନ୍ତ ଏମର୍ଜେନ୍ସି ପରିସ୍ଥିତି ପାଇଁ ସତର୍କ କରିଥାଏ । କେବଳ ଏତିକି ନୁହେଁ, ଯଦି ଡ୍ରାଇଭର ନିୟନ୍ତ୍ରଣ ହରାଇଥାଏ ତେବେ ଏମର୍ଜେନ୍ସି ବ୍ରେକ୍ ମଧ୍ୟ ସ୍ୱୟଂଚାଳିତ ଭାବରେ ଲାଗିଯାଏ । ଏହି ଡିଭାଇସ୍‌ ପ୍ରସ୍ତୁତ ହେବା ପରେ ଏହା ଅନେକ ଟ୍ରେନରେ ଲଗାଯାଇ ପାରିବ । ଉତ୍ତର ପୂର୍ବ ରେଳବାଇ ତରଫରୁ ଏହି ଡିଭାଇସ୍‌ର ନାଁ ରେଳ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ  ରଖାଯାଇଛି । ଏହି ଡିଭାଇସ୍ କିଛି ସପ୍ତାହ ମଧ୍ୟରେ ପ୍ରସ୍ତୁତ ହୋଇଯିବ । ଏହି ଡିଭାଇସ୍ ବର୍ତ୍ତମାନ ଡେଭଲପ କରାଯାଉଛି ଏବଂ ଏହା ସଠିକ୍ ଭାବରେ କାମ କରୁଛି କି ନାହିଁ ତାହା ଟ୍ରାଏଲ କରିବା ପରେ ଜଣା ପଡ଼ିବ । କିଛି ସପ୍ତାହ ମଧ୍ୟରେ ଏହାର ଟ୍ରାଏଲ ହେବ ବୋଲି ଆଶା କରାଯାଉଛି। ଯେତେବେଳେ ଏହି ସିଷ୍ଟମ୍ ପ୍ରସ୍ତୁତ ହୋଇଯିବ, ସେତେବେଳେ ରେଳବାଇ ପାଇଲଟ୍ ପ୍ରୋଜେକ୍ଟ ଅନୁସାରେ ପ୍ରଥମ ୨୦ଟି ମାଲଗାଡ଼ି ଇଞ୍ଜିନ ଏବଂ ଯାତ୍ରୀବାହୀ ଟ୍ରେନ୍ ଇଞ୍ଜିନରେ ଲଗାଯିବ । ଏହା ଲଗାଇବା ପରେ ରେଳବାଇ ନିଜର ଜୋନ୍ସକୁ ଫିଡବ୍ୟାକ ଦେବାକୁ କହିଛି ଯାହା ଦ୍ବାରା ଏହାକୁ ଉନ୍ନତ କରାଯାଇପାରିବ। ଜଣେ ରେଳ ଅଧିକାରୀ କହିଛନ୍ତି ଯେ ସମସ୍ତ ଫାଷ୍ଟ ଟ୍ରେନ୍ ଗୁଡିକରେ ପ୍ରଥମରୁ ଏକ ଆଲର୍ଟ ସିଷ୍ଟମ ଲାଗାଯାଇଥାଏ । ପ୍ରତ୍ୟେକ ହାଇସ୍ପିଡ୍ ଟ୍ରେନରେ ଡ୍ରାଇଭରଙ୍କ ପାଦ ତଳେ ଏକ ଲିଭର (ପ୍ୟାଡଲ୍) ଲଗାଯାଇଥାଏ, ଯାହାକୁ ପ୍ରତି ମିନିଟରେ ହିଟ୍‌ କରିବାକୁ ପଡିଥାଏ । ଯଦି ଡ୍ରାଇଭର ଏହା ନକରନ୍ତି ତେବେ ଏମର୍ଜେନ୍ସି ବ୍ରେକ୍ ଆପେ ଆପେ ଲାଗିଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking