23.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ ସରକାରଙ୍କ ଉପରେ ନିର୍ଭର: ବିନ୍ନି

ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ ସରକାରଙ୍କ ଉପରେ ନିର୍ଭର: ବିନ୍ନି

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଆୟୋଜନ ନେଇ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଉପରେ ନିର୍ଭର କରୁଛି । ଦୁଇ ରାଷ୍ଟ୍ର ମଧ୍ୟରେ ରାଜନୈତିକ ତିକ୍ତତା ରହିଥିବାରୁ ଏହା ଉପରେ ବିସିସିଆଇ କୌଣସି ପ୍ରକାର ପଦକ୍ଷେପ ନେଇ ପାରିବନି ବୋଲି ପାକିସ୍ତାନରୁ ଫେରିବା ପରେ ବିସିସିଆଇ ସଭାପତି ରୋଜର ବିନ୍ନି ପ୍ରକାଶ କରିଛନ୍ତି । ଚଳିତ ଏସିଆ କପ୍ ନେଇ ବିସିସିଆଇ ସଭାପତି ରୋଜର ବିନ୍ନି ଓ ଉପସଭାପତି ରାଜୀବ ଶୁକ୍ଲା ପାକିସ୍ତାନ ଗସ୍ତ କରିଥିଲେ । ଏପରିକି ସେଠାରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଉଭୟ ବିସିସିଆଇ ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମଧ୍ୟରେ ବିଭିନ୍ନ ବିଷୟ ନେଇ ଆଲୋଚନା ହୋଇଥିଲା । ପରେ ଲାହୋରରେ ବିନ୍ନି ଓ ଶୁକ୍ଲା ଏସିଆ କପ୍‌ର ମ୍ୟାଚ ମଧ୍ୟ ଦେଖିଥିଲେ ।

ପରେ ଅଟାରୀ-ୱାଘା ସୀମା ଦେଇ ଭାରତ ଫେରିଛନ୍ତି । ତେବେ ଦୀର୍ଘ ୧୭ ବର୍ଷ ପରେ ବିସିସିଆଇ ପକ୍ଷରୁ କୌଣସି ପ୍ରତିନିଧି ଦଳ ପାକିସ୍ତାନ ଗସ୍ତ କରିଛି । ଭାରତ ଓ ପାକିକସ୍ତାନ ପରସ୍ପର ବିପକ୍ଷରେ ଆଇସିସି ଓ ଏସିସିର ମ୍ୟାଚ୍ ଖେଳିଥାନ୍ତି । କିନ୍ତୁ ୨୦୦୮ ପରଠାରୁ ଊଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଖେଳାଯାଇନାହିଁ । ବିନ୍ନି ଓ ଶୁକ୍ଲା ଫେରିବା ପରେ ପିଟିଆଇ ପକ୍ଷରୁ ଦ୍ୱିପାକ୍ଷିକ ସିରିଜ ନେଇ ପଚରାଯିବା ପରେ ଏଭଳି କହିଛନ୍ତି ବିନ୍ନି । ୨୦୦୮ ଏସିଆ କପ୍ ପାଇଁ ଭାରତ ଅନ୍ତିମଥର ପାକିସ୍ତାନ ଗସ୍ତ କରିଥିବା ବେଳେ ୨୦୧୨ରେ ପାକିସ୍ତାନ ଶେଷ ଥର ପାଇଁ ଭାରତ ଆସିଥିଲା । ଶେଷଥର ପାଇଁ ପାକିସ୍ତାନ ୨୦୦୬ରେ ଦ୍ୱିପାକ୍ଷିକ ସିରିଜ ଆୟାଜନ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking