ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଦ୍ୟାଳୟର ପିଲାମାନଙ୍କ ସହିତ ରକ୍ଷା ବନ୍ଧନ ପର୍ବ ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନେ ରାକ୍ଷୀ ବାନ୍ଧିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଶବାସୀଙ୍କୁ ରକ୍ଷା ବନ୍ଧନ ପର୍ବର ଶୁଭେଚ୍ଛା ଜଣାଇଛନ୍ତି।