30.1 C
Bhubaneswar
Friday, November 15, 2024
Homeଓଡିଶାଆଜିର ସୁବିଚାର

ଆଜିର ସୁବିଚାର

“ଅଭ୍ୟାସ”… କିଛି ଅଭ୍ଯାସ ମଣିଷକୁ ସଫଳତାର ଶିର୍ଷକୁ ନେଇଯାଏ! ଅଉ କିଛି ଅଭ୍ଯାସ ମଣିଷର ସୁଖ ଶାନ୍ତି ଛଡେଇ ନିଏ।*

ଯିଏ ଦୁଃଖରେ ଅଛି ସେ ଆଗକୁ ଖୁସିରେ ରହିପାରିବ,ହେଲେ ଯିଏ ଦୁଃଖ ଦେଇଛି ସେ କେବେବି ଖୁସିରେ ରହିପାରିବ ନାହିଁ।*

ସମୟ ହେଉଛି ମଣିଷର ମୂଲ୍ୟବାନ ସମ୍ପତି,ସମୟ ଭଲ ତ ସମସ୍ତେ ଭଲ.ସମୟ ଭଲ ନଥିଲେ ତୁମକୁ କେହି ବାସି ପେଜର ମଧ୍ୟ୍ୟ ପଚାରିବେନି।*

କେହି ଆପଣଙ୍କୁ ବୁଝି ପାରୁ ନାହିଁ ତ ଦୁଃଖ କରନ୍ତୁ ନାହିଁ କାହିଁକିନା ଭଲ ବହି ଓ ଭଲ ମନ ସମସ୍ତେ ପଢ଼ି ପାରନ୍ତି ନାହିଁ।

ଯୋଗିନୀ ଦକ୍ଷିଣେ । ଦିବା ଘ୩।୫ ଗତେ ପଶ୍ଚିମେ ।ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୧୨।୪୪ ଗତେ ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଆର୍ଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ଵାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର । ଦିବା ଘ୭।୭ ଗତେ ଘ୮।୪୦ ମଧ୍ୟେ ବାରବେଳା । ଘ୧।୨୦ ଗତେ ଘ୨।୫୩ ମଧ୍ୟେ କାଳବେଳା । ରାତ୍ରି ଘ୭।୨୬ ଗତେ ଘ୮।୫୩ ମଧ୍ୟେ କାଳରାତ୍ରି । ମୃତେ ପାଦଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଦ୍ଦଶୀର ପାର୍ବଣ ଶ୍ରାଦ୍ଧ । ବାର୍ତ୍ତାକୀ (ବାଇଗଣ) ଦିବା ଘ୩।୫ ଗତେ ମାଷ(ବିରି) ଭକ୍ଷଣ ନିଷେଧ । ଅଦ୍ୟ ଶିବପବିତ୍ରାରୋପଣ । ଅଦ୍ୟ ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା । ଶରଣଂ ।
🪷🪷🪷🪷🪷🪷🪷🪷🪷🪷🪷🪷
(ଅମୃତ)– ଦିବା ଘ୭।୫୭ ଗତେ ଘ୧୦।୨୧ ମଧ୍ୟେ ଘ୧୨।୪୫ ଗତେ ଘ୨।୧୧ ମଧ୍ୟେ ଘ୩।୯ ଗତେ ଘ୪।୪୫ ମଧ୍ୟେ ରାତ୍ରି ଘ୬।୪୭ ମଧ୍ୟେ ଘ୯।୧୧ ଗତେ ଘ୧୧।୩୫ ମଧ୍ୟେ ଘ୨।୦ ଗତେ ଘ୩।୩୬ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି ।
🪷🪷🪷🪷🪷🪷🪷🪷*

ମେଷ: ପୂଜାପାଠରେ ସମୟ ବିତିବ। ଜୀବନସାଥୀଙ୍କ ସହିତ ବ୍ୟବସାୟ ସମ୍ବନ୍ଧରେ କଥା ହେବେ। ଡାକ୍ତର ଛାତ୍ର ସିନିୟରଙ୍କ ସାହାଯ୍ୟ ପାଇବେ।

ବୃଷ: ଶାରୀରିକ ଦୃଷ୍ଟିରୁ ଆପଣ ନିଜକୁ ହୃଷ୍ଟପୁଷ୍ଟ ଅନୁଭବ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭାବିବେ। ବନ୍ଧୁ ଓ ସ୍ବଜନ ସହିତ ସମ୍ବନ୍ଧ ଭଲ ହେବ।
ମିଥୁନ: ସରକାରୀ ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ଜୀବନସାଥୀଙ୍କ ଠାରୁ କୌଣସି ଭଲ ଖବର ଶୁଣିବେ। ଜମି କିଣିବା ଯୋଗ ରହିଛି।

କର୍କଟ: ଭଲ କାମରେ ସହଯୋଗ କରିବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ହେବ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ କରିବେ।

ସିଂହ: ଜମିରେ ନିବେଶ ପାଇଁ ଚିନ୍ତା କରିବେ। ଶିକ୍ଷା ସଂକ୍ରାନ୍ତରେ ଦିନଟି ଭଲ। ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

କନ୍ୟା: ଆପଣଙ୍କର କାମ ପାଇଁ ପିତା ଗର୍ବିତ ହେବେ। ବଡ଼ ଭାଇ ଭଉଣୀଙ୍କର ସହଯୋଗ ପାଇବେ। ଚାକିରିଜୀବୀଙ୍କ ଲାଗି ଭଲ ଦିନଟିଏ।

ତୁଳା: ଘରେ କୌଣସି ଧାର୍ମିକ ଅନୁଷ୍ଠାନ କରିବା ପାଇଁ ଭାବିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। କେହି ଆପଣଙ୍କ ଠାରୁ ପରାମର୍ଶ ନେବେ।

ବିଛା: ଲୋକ କଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଆର୍କିଟେକ୍ଟଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଧନପ୍ରାପ୍ତିର ଯୋଗ ରହିଛି।

ଧନୁ: ଆପଣଙ୍କୁ ନିଜର କାର୍ଯ୍ୟକୁଶଳତା ବୃଦ୍ଧି କରିବାକୁ ପଡ଼ିବ। ଆପଣ ଟିକେ ଚିଡ଼ିଚିଡ଼ା ଅନୁଭବ କରିପାରନ୍ତି। କାର୍ଯ୍ୟରେ ଜୀବନସାଥୀଙ୍କର ସହଯୋଗ ପାଇବେ।

ମକର: ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିପାରନ୍ତି। ଚାକିରିଜୀବୀଙ୍କୁ ବଦଳିର ସୂଚନା ମିଳିବ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବଜାୟ ରହିବ।

କୁମ୍ଭ: ଆପଣ କାହାରିକୁ ମନ କଥା କହିପାରନ୍ତି। ବ୍ୟବସାୟରେ ସକାରାତ୍ମକ ଫଳ ପାଇବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

ମୀନ: ଆପଣ ନିଜ କାମରେ ସତର୍କତା ଅବଲମ୍ବନ କରନ୍ତୁ। କାହାରି ଉପରେ ଅଧିକ ଭରସା କରନ୍ତୁ ନାହିଁ। ସନ୍ଧ୍ୟାରେ ପରିବାର ସହିତ ସୁଖଦ ସମୟ ବିତିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking