ଗଜପତି : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ। ଗଜପତି ଜିଲ୍ଲା ମୋହନା ଥାନା ରାଣୀଖମା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଘରୋଇ କଳିରୁ ଶାବଳରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ମୃତକ ସରୁଗଳା ମଳିକ। ଗତକାଲି ରାତିରେ ରାଣୀଖମା ଗାଁର ହାଡୁ ମଳିକ ଓ ସ୍ତ୍ରୀ ସରୁଗଳା ମଳିକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସୁରେନ୍ଦ୍ର ସ୍ତ୍ରୀକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ସଗୁଗଳା। ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।