19.1 C
Bhubaneswar
Thursday, December 26, 2024
Homeଏସିଆ କପ୍ 2023ଏସିଆ କପ୍ ୨୦୨୩ : ସ୍କ୍ୱାଡ ଘୋଷଣା କଲା ବିସିସିଆଇ,ଦଳକୁ ଫେରିଲେ ୨ ଷ୍ଟାର୍ ପ୍ଲେୟର୍

ଏସିଆ କପ୍ ୨୦୨୩ : ସ୍କ୍ୱାଡ ଘୋଷଣା କଲା ବିସିସିଆଇ,ଦଳକୁ ଫେରିଲେ ୨ ଷ୍ଟାର୍ ପ୍ଲେୟର୍

ବ୍ୟୁରୋ : ଏସିଆ କପ୍ କ୍ରିକେଟ୍ ପାଇଁ ସ୍କ୍ୱାର୍ଡ ଘୋଷଣା କଲା ବିସିସିଆଇ। ଆଜି ୧୭ ଜଣିଆ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ୍ ବୋର୍ଡ। ରୋହିତ ଶର୍ମାଙ୍କ ନେତୃତ୍ୱରେ କପ୍ ଖେଳିବ ଦଳ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଭାବେ ରଖାଯାଇଛି। ୧୭ ଜଣିଆ ଟିମକୁ ଫେରିଛନ୍ତି କେ.ଏଲ ରାହୁଲ ଓ ଶ୍ରେୟାସ୍ ଆୟର୍। ସେହିପରି ତିଳକ ବର୍ମା ନୂଆ ଚେହେରା ଭାବେ ଦଳରେ ସାମିଲ୍ ହୋଇଛନ୍ତି। ସେପଟେ ଯୁଜବେନ୍ଦ୍ର ଚହଲ ଦଳରୁ ବାଦ୍ ପଡିଥିବା ବେଳେ କୁଳଦୀପ ଯାଦବଙ୍କୁ ସାମିଲ କରାଯାଇଛି। ଅଗଷ୍ଟ ୩୦ରୁ ଏସିଆ କପ୍ ଆରମ୍ଭ ହେବ। ପାକିସ୍ତାନ-ନେପାଳ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଭାରତ ସେପ୍ଟେମ୍ବର ୨ ରେ ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳିବ। ସେପ୍ଟେମ୍ୱର ୧୭ରେ ଅନୁଷ୍ଠିତ ହେବ ଫାଇନାଲ୍ ମ୍ୟାଚ୍। ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କେ.ଏଲ ରାହୁଲ, ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ଶାର୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ପ୍ରଶିଦ୍ଧ କ୍ରିଷ୍ଣା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking