29.1 C
Bhubaneswar
Sunday, March 16, 2025
Homeଓଡିଶାଭୁବନେଶ୍ୱରରେ ତେଜସ୍ କୋଚ ସହ ଗଡିବ ରାଜଧାନୀ ଏକ୍ସପ୍ରେସ, ଆଜି ଶୁଭାରମ୍ଭ

ଭୁବନେଶ୍ୱରରେ ତେଜସ୍ କୋଚ ସହ ଗଡିବ ରାଜଧାନୀ ଏକ୍ସପ୍ରେସ, ଆଜି ଶୁଭାରମ୍ଭ

ଭୁବନେଶ୍ୱର:  ନୂଆ ରୂପରେ ରାଜଧାନୀ ଏକ୍ସପ୍ରେସ । ଭୁବନେଶ୍ୱରରେ ତେଜସ୍ କୋଚ ସହ ଗଡିବ ରାଜଧାନୀ ଏକ୍ସପ୍ରେସ । ଆଜି ପତାକା ଦେଖାଇ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱର ରେଳ ଷ୍ଟେସନ ବୁଲି ଦେଖିବା ସହ ତେଜସ କୋଚର ଶୁଭାରମ୍ଭ କରିବେ । ଯାତ୍ରୀ ପାଇବେ ବିଳାସପୂର୍ଣ୍ଣ ସେବା ସହ ସୁରକ୍ଷିତ ଯାତ୍ରା । ତେଜସ୍ କୋଚରେ ରହିଛି ଅଟୋମେଟିକ ଡୋର । ଡୋର ବନ୍ଦ ନହେବା ଯାଏ ଗଡିବନି ଟ୍ରେନ । ଟ୍ରେନରେ ରହିଛି ବାଓ ଭାକ୍ୟୁମ ଟଏଲେଟ ।

ଯାତ୍ରୀ ସୂଚନା ପ୍ରଣାଳୀ, ଡିଜିଟାଲ ଗନ୍ତବ୍ୟ ବୋର୍ଡର ଲାଭ ଉଠାଇପାରିବେ । ଫାୟାର ଆଲାରାମ, ଡିଟେକ୍ସନ ଓ ସସପେନସନ ସହ ୱାଇ ଫାଇ ଓ କଲ ବେଲ୍ ର ମଧ୍ୟ ସୁବିଧା ରହିବ । ଏହା ସହ ସିସି ଟିଭି, ମୋବାଇଲ, ଲାପଟପ ଚାର୍ଜିଂ ପଏଣ୍ଟ ମଧ୍ୟ ରହିଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking